29.1 C
Bhubaneswar
Friday, March 28, 2025
Homeଦେଶ ବିଦେଶ୧୭ ଥର ଗର୍ଭବତୀ ଥିବା କହି ଲକ୍ଷ ଲକ୍ଷ ଟଙ୍କା ପାଉଥିଲେ ସରକାରୀ ଲାଭ; ଶେଷରେ...

୧୭ ଥର ଗର୍ଭବତୀ ଥିବା କହି ଲକ୍ଷ ଲକ୍ଷ ଟଙ୍କା ପାଉଥିଲେ ସରକାରୀ ଲାଭ; ଶେଷରେ କ’ଣ ହେଲା ଜାଣନ୍ତୁ….

ରୋମ: ଇଟାଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ମାତୃତ୍ୱ ସୁବିଧା ପାଇବା ପାଇଁ ପାଞ୍ଚଟି ସନ୍ତାନ ଏବଂ ୧୨ଟି ଗର୍ଭପାତ କରାଇଥିବା ମିଥ୍ୟା ଦାବି କରିଛନ୍ତି । ଏହି ଜାଲିଆତି ସାମ୍ନାକୁ ଆସିବା ପରେ ମହିଳା ଜଣଙ୍କ ୧୧୦,୦୦୦ ୟୁରୋ ଅର୍ଥାତ ପ୍ରାୟ ୯୮ ଲକ୍ଷ ଟଙ୍କା ସରକାରୀ ସୁବିଧା ପାଇ ସାରିଥିଲେ । ରିପୋର୍ଟ ଅନୁଯାୟୀ, ୫୦ ବର୍ଷିୟ ବାରବରା ଇଓଲେ ପ୍ରାୟ ୨୪ବର୍ଷ ଧରି ଏହି ଠକେଇ ଚଳାଇଆସୁଥିଲେ ଏବଂ ସରକାରଙ୍କୁ ପ୍ରତାରଣା କରି ଲାଭ ମଧ୍ୟ ଜାରି ରଖିଥିଲେ ।

ବାରବରା ଦାବି କରିଛନ୍ତି, ସେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ୧୨ ଟି ଗର୍ଭପାତ କରିଛନ୍ତି । ଏଥିପାଇଁ ତାଙ୍କୁ ସରକାରୀ ସୁବିଧା ଭାବରେ ୯୫ ଲକ୍ଷରୁ ଅଧିକ ଟଙ୍କା ମିଳିଛି । ଏହା ବ୍ୟତୀତ ସେ ପ୍ରତ୍ୟେକ ଗର୍ଭଧାରଣ ଏବଂ ଗର୍ଭପାତ ନାମରେ ମାତୃତ୍ୱ ଛୁଟି ମଧ୍ୟ ନେଉଥିଲେ । ଅଭିଯୁକ୍ତ ମହିଳା ଜଣଙ୍କ କହିଛନ୍ତି, ଯେ ସେ ଗତ ବର୍ଷ ଡିସେମ୍ବରରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ଏହି ମହିଳା ଜଣଙ୍କ ପ୍ରକୃତରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଅଧିକାରୀମାନେ ଅନୁସନ୍ଧାନ ଆରମ୍ଭ କରିବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ, ମହିଳା ଜଣଙ୍କ ଗର୍ଭବତୀ ଦେଖାଇବା ପାଇଁ ତକିଆ ବ୍ୟବହାର କରୁଥିଲେ । ଯାହାଫଳରେ କେହି ତାଙ୍କୁ ସନ୍ଦେହ କରୁନଥିଲେ । କିନ୍ତୁ ପଞ୍ଚମ ଥର ପାଇଁ ତାଙ୍କର ମିଥ୍ୟା ଧରାପଡିଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking