29.1 C
Bhubaneswar
Saturday, July 27, 2024
Homeଓଡିଶାସୋଆରେ ଜୀବାଣୁ, ଟୀକା ଓ ପ୍ରତିରୋଧକ ଶକ୍ତି ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର ଆୟୋଜିତ

ସୋଆରେ ଜୀବାଣୁ, ଟୀକା ଓ ପ୍ରତିରୋଧକ ଶକ୍ତି ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସଏଏଚ୍‌)ରେ ଏକ ତିନି ଦିନିଆ ଆନ୍ତର୍ଜାତିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନାଚକ୍ରରେ ଭାରତ ଓ ବିଦେଶରୁ ପ୍ରାୟ ୬୯ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ୫୬ଟି ସନ୍ଦର୍ଭ ପାଠ କରାଯାଇଥିଲା ।
ଏହି ଆଲୋଚନାଚକ୍ରରେ ୟୁନାଇଟେଡ୍ କିଙ୍ଗ୍‌ଡମ ସ୍ଥିତ ଦ ପର୍‌ବ୍ରାଇଟ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଓ ସିଇଓ ପ୍ରଫେସର (ଡକ୍ଟର) ବ୍ରାୟନ୍ ଚାର୍ଲ୍ସଟନ୍ ‘ଡେଭଲପିଙ୍ଗ୍ ଦ ନେକ୍ସଟ ଜେନେରେସନ୍ ଅଫ୍ ଭ୍ୟାକ୍ସିନ୍ ଟୁ କଂଟ୍ରୋଲ୍ ଲାଇଭଷ୍ଟକ ଆଣ୍ଡ ଜୁନୋଟିକ୍ ଡିଜିଜେସ୍‌’ ଶୀର୍ଷକ ଆଲୋଚନା କରିଥିବା ବେଳେ ୟୁନିଭର୍ସିଟି ଅଫ୍ ମ୍ୟାରିଲ୍ୟାଣ୍ଡର ଭର୍ଜିନିଆ ମ୍ୟାରିଲ୍ୟାଣ୍ଡ ରିଜିଓନାଲ୍ କଲେଜ ଅଫ୍ ଭେଟେରିନାରୀ ମେଡିସିନ୍‌ର ଡାକ୍ତର ଶିବ କେ. ସାମଲ୍ ‘ପାରାମ୍ୟାକ୍ସୋ ଭାଇରସେସ୍ ଆଜ୍ ଭ୍ୟାକ୍ସିନ୍ ଭେକ୍ଟର୍‌ସ’ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ନୂଆଦିଲ୍ଲୀର ପାଥୋଲୋଜି ବିଭାଗର ମୁଖ୍ୟ ତଥା ପ୍ରତିଷ୍ଠିତ ଭାରତୀୟ ଭାଇରୋଲୋଜିଷ୍ଟ ପ୍ରଫେସର ସୁବ୍ରତ କେ. ପଣ୍ଡା ହେପାଟାଇଟିସ୍ -ଇ ଭାଇରସ୍‌ର ସମ୍ଭାବ୍ୟ ଭୟ ସମ୍ପର୍କରେ ଆଲୋଚନା କରିଥିଲେ ।
ସେହିପରି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତାମିଲନାଡୁ ସେଂଟ୍ରାଲ୍ ୟୁନିଭର୍ସିଟିର ପୂର୍ବତନ କୁଳପତି ପ୍ରଫେସର (ଡକ୍ଟର) ଏ.ପି. ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ଏହି ଆଲୋଚନାଚକ୍ରରେ ଆୟୋଜିତ ୫ଟି ବୈଷୟିକ ଅଧିବେଶନରେ ବିଶିଷ୍ଟ ବୈଜ୍ଞାନିକ ଓ ପ୍ରଫେସରମାନେ ପ୍ରାଣୀ ବିଜ୍ଞାନ ସମ୍ପର୍କିତ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ । ‘ଭ୍ୟାକ୍ସିନ୍ସ :ରିଭ୍ୟୁ, ଡେଭେଲପ୍‌ମେଂଟସ ଆଣ୍ଡ ଫ୍ୟୁଚର୍‌’, ‘ୱାନ୍ ହେଲ୍‌ଥ; ପ୍ଲେୟାର୍ସ ଆଣ୍ଡ ପ୍ରିପେୟାର୍ଡନେସ୍‌’, ‘ଡିଜିଜ୍ କଂଟ୍ରୋଲ୍‌: ଟୁଲ୍ସ, ରେଡିନେସ୍ ଆଣ୍ଡ ପ୍ଲାନ୍ସ’, ‘ନ୍ୟୁ ଫ୍ରନ୍‌ଟିୟର୍ସ: ଟେକ୍ନୋଲୋଜିସ୍‌, ଆପ୍ଲିକେସନ୍ ଆଣ୍ଡ ଫ୍ୟୁଚର’ ଏବଂ ‘ଭାଇରସେସ୍‌: ନ୍ୟୁ ନଲେଜ୍‌’ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବୈଜ୍ଞାନିକ ଜଗତରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରୁ ୟୁକେର ଆନିମଲ୍ ଆଣ୍ଡ ପ୍ଲାଂଟ ହେଲ୍‌ଥ ଏଜେନ୍ସିର ମୁଖ୍ୟ ପ୍ରଫେସର (ଡକ୍ଟର) ଆନ୍ଥୋନି ରିଚାର୍ଡ ଫୁକ୍ସ, ଆଇସିଏଆର୍‌ର ପୂର୍ବତନ ଡେପୁଟି ଡାଇରେକ୍ଟର ଜେନେରାଲ୍ (ପ୍ରାଣୀ ବିଜ୍ଞାନ) ତଥା ଆସାମ ଏଗ୍ରିକଲ୍‌ଚରାଲ୍ ୟୁନିଭର୍ସିଟି, ଜୋରହାଟର ପୂର୍ବତନ କୁଳପତି ଡକ୍ଟର କେ. ଏମ୍‌. ବୁଜରବରୁଆ, ଉତର ପ୍ରଦେଶର ପଣ୍ଡିତ ଦିନ୍‌ଦୟାଲ ଉପାଧ୍ୟାୟ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ତଥା ଏଗ୍ରିକଲ୍‌ଚରାଲ ସାଇନଟିଷ୍ଟ ରିକ୍ର‌୍ୟୁଟ୍‌ମେଂଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଅନୀଲ କେ. ଶ୍ରୀବାସ୍ତବ, ନାଗପୁର ସ୍ଥିତ ମହାରାଷ୍ଟ୍ର ଆନିମଲ୍ ଆଣ୍ଡ ଫିସରି ସାଇନ୍ସ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଏନ୍‌. ଭି ପାଟିଲ୍‌, ପାଟନା ସ୍ଥିତ ଆର୍ଯ୍ୟଭଟ୍ଟ ନଲେଜ ୟୁନିଭର୍ସିଟିର କୁଳପତି ଡକ୍‌ଟର ଶରଦ ଯାଦବ, ସାଉଥ ଇଷ୍ଟ ଏସିଆର ଡବ୍ଲୁଏଚ୍‌ଓ ରିଜିଓନାଲ୍ ଅଫିସର ମୁଖ୍ୟ ଡକ୍ଟର ଜ୍ଞାନେନ୍ଦ୍ର ଗୋଙ୍ଗଲ୍‌, ହାଇଦ୍ରାବାଦ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଡକ୍ଟର ଜି. ତରୁ ଶର୍ମା ଏବଂ ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡକ୍ଟର) ସଂଘମିତ୍ରା ମିଶ୍ର ପ୍ରମୁଖ ଏହି ଆଲୋଚନାଚକ୍ରରେ ସାମିଲ ଥିଲେ ।
କାର୍ଯ୍ୟକ୍ରମରେ ୟୁଏସ୍‌ଏର ପର୍‌ଡ୍ୟୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁରେଶ କେ. ମିତଲ୍‌, କାନାଡା ସ୍ଥିତ ସସ୍‌କାଟ୍‌ଚିୱାନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁରେଶ କେ. ଟିକୁ ଓ ୟୁକେର ପିରବ୍ରାଇଟ୍ ଇନ୍‌ଷ୍ଟିଚ୍ୟୁଟର ପ୍ରଫେସର ସତ୍ୟ ପରିଡା ଏବଂ ପ୍ରଫେସର ଭେନୁ ଗୋପାଲ୍ ନାୟାର ସାମିଲ୍ ଥିଲେ ।
କାର୍ଯ୍ୟକ୍ରମକୁ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉଦ୍‌ଘାଟନ କରିଥିବା ବେଳେ ଆଇଭିଏସ୍‌ଏଏଚ୍‌ର ଡିନ୍ ଡକ୍ଟର ବ୍ରହ୍ମଦେବ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିନିଧିମାନେ ସୋଆର ଏହି ପଦକ୍ଷେପକୁ ବିଶେଷ ପ୍ରଶଂସା କରିଥିଲେ ।
ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆଇସିଏଆର୍‌ର ଆସିଷ୍ଟାଂଟ ଡାଇରେକ୍ଟର ଜେନେରାଲ୍ (ଆନିମଲ୍ ହେଲ୍‌ଥ) ଡକ୍ଟର ଅଶୋକ କୁମାର ଯୋଗ ଦେଇଥିବା ବେଳେ ନ୍ୟାସ୍‌ନାଲ୍ ଡାଇରି ଡେଭେଲପ୍‌ମେଂଟ ବୋର୍ଡର ପୂର୍ବତନ ସିନିୟର ଜେନେରାଲ୍ ମ୍ୟାନେଜର (ଆନିମଲ୍ ହେଲ୍‌ଥ) ଡକ୍ଟର ଗିରୀଶ କେ. ଶର୍ମା ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking