37.1 C
Bhubaneswar
Saturday, April 20, 2024
Homeଓଡିଶାପ୍ରସାଦ ହରିଚନ୍ଦନଙ୍କୁ ଭେଟିଲେ ବ୍ରିଟିସ ଡେପୁଟି ହାଇକମିଶନର

ପ୍ରସାଦ ହରିଚନ୍ଦନଙ୍କୁ ଭେଟିଲେ ବ୍ରିଟିସ ଡେପୁଟି ହାଇକମିଶନର

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଆସିଥିବା ବ୍ରିଟିସ ଡେପୁଟି ହାଇକମିଶନ ଆଣ୍ଡ୍ୟୁ ଫ୍ଲେମିଂ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସୌଜନ୍ୟ ସାକ୍ଷାତ କରିଥିଲେ । ଉଭୟଙ୍କ ଭିତରେ ବିଭନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଜଳବାୟୁ ପରିବର୍ତନ, ମହିଳା ସଶକ୍ତୀକରଣ ଓ ଆଂଚଳିକ ବିକାଶ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା । କୋଲକତାସ୍ଥିତ ବ୍ରିଟ୍ରିସ ଡେପୁଟି ହାଇକମିଶନଙ୍କ ଅର୍ଥ ଓ ରାଜନୈତିକ ପରାମର୍ଶଦାତା ଅଜିଥା ମେନନ ଓ ଆସିଷ୍ଟାଣ୍ଟ କମ୍ୟୁନିକେସନ, ଇଭେଣ୍ଟ ଓ ଭିଜିଟ୍ ଅଫିସର ଶ୍ରୀମତୀ ସ୍ୱର୍ଣ୍ଣମୟୀ ଶତପଥି ପ୍ରମୁଖ ସାକ୍ଷାତ ଆଲୋଚନା ସମୟରେ ଉପସ୍ଥିତ ଥିଲେ । ଶ୍ରୀ ହରିଚନ୍ଦନ ଏହି ସାକ୍ଷାତା ଆଲୋଚନା ଦିଶାଯୁକ୍ତ ଓ ସକରାତ୍ମକ ଥିଲା ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking