28.1 C
Bhubaneswar
Tuesday, May 21, 2024
Homeଅପରାଧଚେନ୍ ଲୁଟେରାଙ୍କୁ ୧ ବର୍ଷ ସଜା

ଚେନ୍ ଲୁଟେରାଙ୍କୁ ୧ ବର୍ଷ ସଜା

ଭୁବନେଶ୍ୱର:  ଚୋନ୍ ଚୋରି ଅଭିଯୋଗରେ ଆଜି ୨ ଜଣଙ୍କୁ ଏକ ବର୍ଷ ସଜା ସୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର-୧ ର ବିଚାରପତି ଶ୍ରୀମତୀ ପାୟଲ ଗୁପ୍ତା । ଗତ ବର୍ଷ ଏପ୍ରେଲ୍ ୧୭ ତାରିଖ ରାତି ପ୍ରାୟ ୮ଟା ସମୟରେ ଅଭିଯୋଗକାରିଣୀ ନିତ୍ୟଶ୍ରୀ ନିରୋଜା ଲକ୍ଷ୍ମୀ ପତି ଏବଂ ତାଙ୍କ ମା ସ୍କୁଟି ଯୋଗେ କପିଳେଶ୍ୱର ହାଟକୁ ଯାଉଥିବା ବେଳେ, କପିଳେଶ୍ୱର କେନାଲ ବ୍ରିଜ ନିକଟରେ ସନ୍ତୋଷ ନାୟକ ଏବଂ ରଶ୍ମୀ ରଞ୍ଜନ ନାୟକ ଏକ କଳା ରଙ୍ଗର ପଲସର ବାଇକରେ ତାଙ୍କୁ ପିଛା କରି ହଠାତ ତାଙ୍କ ବେକରୁ ୧୨ ଗ୍ରାମ ଓଜନର ଏକ ସୁନା ଚେନକୁ ଛିଣ୍ଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀଙ୍କ ଏତାଲା ଆଧାରରେ ଶ୍ରୀଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ କରାଯାଇ ଥାନାର କାର୍ଯ୍ୟରତ ଏଏସଆଇ ଅମରେନ୍ଦ୍ର ସ୍ୱାଇଁ ଏହାର ତଦନ୍ତ କରି ଅଭିଯୁକ୍ତ ସନ୍ତୋଷ ନାୟକ ଏବଂ ରଶ୍ମୀ ରଞ୍ଜନ ନାୟକଙ୍କୁ ଖୁବ ଶୀଘ୍ର କାବୁ କରିବାରେ ସକ୍ଷମ ହୋଇଥିଲେ । ଆଜି ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking