20.1 C
Bhubaneswar
Thursday, January 23, 2025
Homeଓଡିଶାଓଡିଆରେ ପଢାଯିବ ସିବିଏସଇ କୋର୍ସ

ଓଡିଆରେ ପଢାଯିବ ସିବିଏସଇ କୋର୍ସ

ଭୁବନେଶ୍ୱର: ସିବିଏସଇ ସ୍କୁଲରେ ଓଡିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯିବ ପାଠ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମରେ ଓଡିଆରେ ପଢାଯିବ । ଓଡିଆ ଭାଷାରେ ପଢାଯିବା ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଆଞ୍ଚଳିକ ଭାଷାରେ ପାଠପଢା ନେଇ କାଲି ସିବିଏସଇ ସର୍କୁଲାର କରିଛି । ଏଣିକି ପିଲାମାନେ ଇଂରାଜୀ,ହିନ୍ଦୀ ମିଡିୟମ ସାଙ୍ଗରେ ଓଡିଆରେ ବି ପଡିବେ । ଯେଉଁ ପିଲାମାନେ ଚାହିଁବେ ଓଡିଆରେ ପଡିବାକୁ ସ୍କୁଲ ବ୍ୟବସ୍ଥା କରିବ । ପିଲାମାନେ କିଭଳି ସହଜରେ ପାଠକୁ ବୁଝିବେ,ସେଥିପାଇଁ ଏ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking