ନୂଆଦିଲ୍ଲୀ : ସ୍ଥଗିତ ରହିଲା ସିବିଏସସି ଦ୍ୱାଦଶ ପରୀକ୍ଷା ତା’ ସହିତ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । କୋରନା ମହାମାରୀ ପାଇଁ ସିବିଏସିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଓ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ପୁର୍ବରୁ ବହୁ ଆଶା ଆଶଙ୍କା ମଧ୍ୟରେ ଛାତ୍ର ଛାତ୍ରୀ ମାନେ ଥିଲେ । ସିବିଏସସି ମଧ୍ୟ ସ୍ପଷ୍ଟ କରିଥିଲା ଯେ, ମେ ୪ ରୁ ଯେଉଁ ପରୀକ୍ଷା ହେବାକୁ ଯାଉଛି ସେହି ପରୀକ୍ଷା ଯେମିିତି ହେଲେ କରାଯିବ ଓ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । ହେଲେ ଆଜି ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । କୋରନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି ଓ ସ୍ଥିତି ବିଗିଡିବାରେ ଲାଗିଛି । ଏଭଳି ଏକ ପରିସ୍ଥିତିରେ ବିଦ୍ୟାଳୟକ ଗୁଡିକରେ ଅଫଲାଇନ ମୋର୍ଡରେ ପରୀକ୍ଷା କରାଗଲେ ଏଥିରେ ଛାତ୍ରଛାତୀ ମାନେ ସଂକ୍ରମଣ ହେବାର ଭୟ ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଦଶମ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି ।
ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ , ଦଶମ ବୋର୍ଡ ପରୀକ୍ଷା ପାଇଁ ଏକ ବିକଳ୍ପ ମୋର୍ଡ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି । ସେ ତାଙ୍କ ଟ୍ୱିଟ୍ ରେ ଲେଖିଛନ୍ତି ଯେ, ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ମୋର୍ଡରେ ପରୀକ୍ଷା କରାଯିବ ଓ ଅବଜେକ୍ଟିଭ ପ୍ୟାର୍ଟନରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଛାତ୍ରଛାତ୍ରୀ ମାନେ ଏହି ପ୍ରଶ୍ନର ଉତ୍ତର ରଖିବେ ଓ ଏହି ଆଧାରରେ ସେମାନଙ୍କୁ ନମ୍ବର ଦିଆଯିବ । ଯଦି ଛାତ୍ରଛାତ୍ରୀ ମାନେ ଏହି ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ ନକରିବେ ଓ ସେମାନଙ୍କର ସଠିକ ମାର୍କିଙ୍ଗ ହୋଇନଥିବା ଅନୁଭବ କରିବେ , ତେବ ସେମାନଙ୍କୁ ପରିସ୍ଥିତି ସ୍ୱାଭାବିକ ହେବାପରେ ଆଉଥରେ ଅଫଲାଇନ ମୋର୍ଡ ରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ଏହା ପୁର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିରୱାଲ ସରକାରଙ୍କୁ ଦଶମ ପରୀକ୍ଷା ବାତିଲ କରିବା ପାଇଁ ଅନୁରୋଧ କରିଥିଲେ ।