28.1 C
Bhubaneswar
Tuesday, July 15, 2025
Homeଓଡିଶାମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସିବିଆଇର ଚଢାଉ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସିବିଆଇର ଚଢାଉ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ସହରରେ ପୁଣି ସି.ବି.ଆଇ ର ଚଢାଉ । ପାଞ୍ଚହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରିଲା ସିବିଆଇ ଟିମ। ବାରିପଦା ମୁଖ୍ୟ ଡାକ ଘରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ୍ ଆକାଉଣ୍ଟ୍ ପୋଷ୍ଟମାଷ୍ଟର ମନୋଜ କୁମାର ମହାନ୍ତ ହରିହର ମାଝି ପାଖରୁ ନେଉଥିଲେ 5 ହଜାର ଟଙ୍କା ଲାଞ୍ଚ। ଶ୍ରୀ ମାଝୀ ଲାଞ୍ଚ ଦେଉ ନ ଥିବାରୁ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ସେ ଉପାୟ କିଛି ନ ପାଇ ଶେଷରେ ସିବିଆଇ ପାଖରେ ଶରଣ ପଶିଥିଲେ। ପୋଷ୍ଟ ମାଷ୍ଟର ଶ୍ରୀ ମହାନ୍ତ ଏକ ବିଲ ପାସ କରାଇ ଦେବେ କହି ଲାଞ୍ଚ ମାଗି ଥିଲେ। ଅଫିସରେ ଲାଞ୍ଜ ନେଉଥିବା ବେଳେ ସିବିଆଇ ଶ୍ରୀ ମହାନ୍ତ ଙ୍କୁ କାବୁ କରିଥିଲା। ଶ୍ରୀ ମହାନ୍ତ ଙ୍କ ବାରିପଦା ଅଫିସ ସହିତ ଭଞ୍ଜପୁର ବାସ ଭବନ ରେଡ ହୋଇଛି। ସିବିଆଇ ଟିମ ଶ୍ରୀ ମହାନ୍ତ ଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ଯାହାକି ବାରିପଦାରେ ଲାଞ୍ଚୁଆ ଅଧିକାରୀ ମାନଙ୍କ ପ୍ରତି ଭୟର ବାତାବରଣ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking