ମୁମ୍ବାଇ: ପର୍ନ ଫିଲ୍ମ ବ୍ୟବସାୟ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ବିରୋଧିରେ କେତେ ଅଭିନେତ୍ରୀ ଓ ମୋଡେଲମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ଭିତରେ ମୁମ୍ବାଇରେ ଆଉ ଏକ ପର୍ନଗ୍ରାଫି ମାମଲା ସାମ୍ନାକୁ ଆସଛି ।
ଖବର ଅନୁଯାୟୀ, ଫିଲ୍ମ ପ୍ରଯୋଜନା ସଂସ୍ଥା ଉଲ୍ଲୁ ଡିଜିଟାଲ୍ ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନିର ସିଇଓ ବିଭୁ ଅଗ୍ରଓ୍ୱାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ଜଣେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି । ସେପଟେ ପୋଲିସ କମ୍ପାନୀର ଆଉ ଜଣେ ଅଧିକାରୀ ଅଞ୍ଜଳୀ ରୈନାଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ କରିଛି ।
ସେହିପରି ଉଲ୍ଲୁ ଡିଜିଟାଲ ଟିଭି ଅଶ୍ଲୀଳ କଣ୍ଟେଣ୍ଟ ନେଇ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏଥିରେ ଦେଖାଯାଉଥିବା କାର୍ଯ୍ୟକ୍ରମକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଚାଲିଛି । ତେବେ ଉଲ୍ଲୁ ଟିଭି ନିଜର ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ବହୁ ବାର ବିରୋଧର ସମ୍ମୁଖୀନ ହୋଇଛି । ଏବଂ ଏବେ ଆଉ ଏକ ବିବାଦର ଦାଗ ଲାଗିଛି । ତାହା ପୁଣି କମ୍ପାନୀର ସିଇଓଙ୍କ ବିରୋଧରେ ।