27.8 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ  ଟିକାକରଣ ୧.୭୪ କୋଟି ଟପିଲା : ଆଜି କୋରାପୁଟରେ ଟିକାଦାନ ବନ୍ଦ

ରାଜ୍ୟରେ  ଟିକାକରଣ ୧.୭୪ କୋଟି ଟପିଲା : ଆଜି କୋରାପୁଟରେ ଟିକାଦାନ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀ ୧୬ରୁ ଚାଲିଥିବା ଟିକାକରଣ ଅଭିଯାନରେ ଗୁରୁବାର ୧୨୩୯ଟି କେନ୍ଦ୍ରରେ ୨ଲକ୍ଷ ୯୩ହଜାର ୬୦ଜଣ ହିତାଧିକାରୀଙ୍କୁ ଟିକାକରଣ କରାଯାଇଥିଲା । ଏହାକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୭୪ଲକ୍ଷ ୬୧ହଜାର ୬୬୪ରେ ପହଞ୍ଚିଛି। ଏଥିମଧ୍ୟରେ ୬୧ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ପାନ ଟିକା ନେଇ ସାରିଥିବାବେଳେ ୪୫ପ୍ରତିଶତ ଦ୍ବିତୀୟପାନ ନେଇଛନ୍ତି। ଏହାବାଦ୍ ଅନ୍ୟାନ୍ୟ ବର୍ଗଙ୍କ ଟିକା ଦିଆଯାଇଥିବାବେଳେ ସେଥିମଧ୍ୟରେ ୪୯ହଜାର ୯୪୨ ଗର୍ଭବତୀ ଟିକା ନେଇଛନ୍ତି।

ଆଜି କୋରାପୁଟରେ ଟିକାଦାନ କାର୍ଯ୍ୟକ୍ରମ ବନ୍ଦ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି। କିନ୍ତୁ ଗ୍ରାମାଞ୍ଚଳରେ ଟିକାକରଣର ବାସ୍ତବ ଚିତ୍ର ଭିନ୍ନ କଥା କହୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ ଟିକାକରଣ କେନ୍ଦ୍ରର ଏଠାରେ ଲୋକଙ୍କୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଥିଲା।

ହେଲେ ୧୫ ଦିନ ହେଲା ଟିକାକରଣ କେନ୍ଦ୍ରକୁ ଆସୁନି କୋଭାକ୍ସିନ୍। ଫଳରେ ଦ୍ୱିତୀୟ ଡୋଜ୍ ଅବଧି ହୋଇଥିଲେ ବି କୋଭାକ୍ସିନ୍ ନେଇଥିବା ଅନେକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଆଉ ଦିନକ ତଳେ ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଟିକାକରଣ କେନ୍ଦ୍ରକୁ ଆସିଥିଲା ମାତ୍ର ୩ ଶହ ଡୋଜ୍। ହେଲେ ଟିକା ନେବାକୁ ଭିଡ଼ ଜମାଇଥିଲେ ଢେର୍ ଅଧିକ, ଫଳରେ ଉପୁଜିଥିଲା ଧସ୍ତାଧସ୍ତି ପରିସ୍ଥିତି। ଆଠଗଡ଼ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଟୀକା ନେବାକୁ ସକାଳୁ ଆସି ଲାଇନ୍ ଲଗାଇ ଅପେକ୍ଷା କରିଛନ୍ତି ଲୋକେ। ହେଲେ କର୍ମଚାରୀଙ୍କ ଅଭାବରୁ ବନ୍ଦ ରହୁଛି ଟିକାକରଣ। କେବଳ ସୋରଡ଼ା, ଆନନ୍ଦପୁର କିମ୍ବା ଆଠଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ସ୍ଥିତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking