37.1 C
Bhubaneswar
Sunday, April 28, 2024
Homeଓଡିଶାପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

କଟକ :  ତିନିଦିନ ତଳେ ନିଖୋଜ ହୋଇଥିବା ଖ୍ରୀଷ୍ଟ ମହାବିଦ୍ୟାଳୟର ବାଣିଜ୍ୟ ଛାତ୍ର ତୁଷାରକାନ୍ତ ସାହୁଙ୍କ ଶବ ଗୁରୁବାର ମହାନଦୀର ଯୋବ୍ରା ଆନିକଟ ନିକଟରୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି  ଅଭିଯୋଗ ହୋଇଛି । ଫଳରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତୁଷାର ବାଇକ୍ ମଙ୍ଗଳବାର କଟକ-ନୂଆପାଟଣା  ମଧୁସୂଦନ ସେତୁ ନିକଟରୁ ମିଳିଥିଲା । ଗୋଟିଏ ସ୍ଥାନରେ ବାଇକ ଆଉ ଗୋଟିଏ  ସ୍ଥାନରେ ମୃତଦେହ ମିଳିଥିବାରୁ ଏହା ଅଧିକ ସନ୍ଦେହଜନକ ହୋଇଛି । ମୃତ ତୁଷାରକାନ୍ତଙ୍କ ବାପା ହୃଷିକେଶ ସାହୁ  କହିଛନ୍ତି ଯେ , ମଙ୍ଗଳବାର ଠାରୁ ତୁଷାର ନିଖୋଜ ଥିବା ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ସେ ଅଭିଯୋଗ କରିଥିଲେ । ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରାଯାଇଥିବା ଏବଂ ତୁଷାରଙ୍କୁ ତାଙ୍କ ପ୍ରେମିକାଙ୍କ ପୁରୁଣା ବୟଫ୍ରେଣ୍ଡ ଅପହରଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା । ତୁଷାରଙ୍କ ଗାଡି ମଧୁସୂଦନ ସେତୁରୁ ଉଦ୍ଧାର କରାଯିବା ପରେ ତୁଷାର ନଦୀକୁ ଡ଼େଇଁ ପଡ଼ିଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ଗତକାଲି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତୁଷାରଙ୍କ ପତ୍ତା ମିିଳିନଥିଲା ।

ହେଲେ ଗୁରୁବାର ମହାନଦୀର ଯୋବ୍ରା ଆନିକଟ ନିକଟରେ ତୁଷାରଙ୍କ ମୃତ ଦେହ ମିଳିଥିଲା । ତୁଷାରଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏଥି ସହିତ ତାଙ୍କୁ  ପୂର୍ବରୁ ଧମକ ଦିଆଯାଇଥିଲା ଏବଂ ଘଟଣା ଦିନ ତାକୁ କିଛି ସାଙ୍ଗ ମାରଧର କରିଥିଲେ । ସେହିମାନେ ହିଁ ତାଙ୍କ ପୁଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛନ୍ତି ବୋଲି ହୃଷିକେଶ କହିଛନ୍ତି ।  ଅପରପକ୍ଷେ ତୁଷାରଙ୍କ ମୃତ୍ୟୁ କିପରି ହେଲା ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ  ହୋଇନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଚଳାଇଛି ।  ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ମେଡ଼ିକାଲକୁ ପଠାଇଥିବା ବେଳେ ଜଗତପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ତୁଷାର ବାଇକ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ । ହେଲେ ସେ ଫେରି ନଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା । ଏଣୁ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଏନେଇ ଏତଲା ଦେଇଥିଲେ । ପୁଅ ପ୍ରେମିକାର  ପୂର୍ବତନ ପ୍ରେମିକ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତୁଷାରଙ୍କ  ହ୍ୱାଟସଆପରେ ତାଙ୍କ ପ୍ରେମିକା ପଠାଇଥିବା  ମେସେଜରୁ ଜଣାପଡୁଛି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଏହି ମେସେଜ ଅନେକ ରହସ୍ୟ ଉନ୍ମୋଚନ କରିବ ବୋଲି ଏବେ କୁହାଯାଉଛି । ୨ନଂ ଜୋନ ଏସିପି ସେକ ସରିଫଉର୍ଦ୍ଦିନଙ୍କ କହିବାନୁଯାୟୀ ଘଟଣାର ବିଭିନ୍ନ ଦିଗକୁ ପୁଲିସ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଛି ।  ବ୍ୟବଚ୍ଛେଦ ରିପୋର୍ଟ ତଥା ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ତଦନ୍ତରେ ପ୍ରମାଣ ମିଳିଲେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking