28.1 C
Bhubaneswar
Thursday, March 28, 2024
Homeଓଡିଶାବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ସବୁ ଜିଲ୍ଲାକୁ ହାଲୁକା ବର୍ଷା

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ସବୁ ଜିଲ୍ଲାକୁ ହାଲୁକା ବର୍ଷା

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ପ୍ରବାହ ଦୁର୍ବଳ ରହିଛି । ଆଗକୁ ମଧ୍ୟ ଏହା ଆହୁରି ହ୍ରାସ ପାଇବ । ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସକାଶେ ଓଡ଼ିଶାର ଏକାଧିକ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି । ହେଲେ ଏହା ଅôଧକ ପରିମାଣରେ ବର୍ଷିବାର ସମ୍ଭାବନା କମ୍ । ଆସନ୍ତାକାଲି ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଳାରେ ସୃଷ୍ଟି ଘୁର୍ଣ୍ଣିବଳୟ ସକାଶେ ବର୍ଷା ହେବ । ହେଲେ ୭ ତାରିଖରୁ ୯ ତାରିଖ ଯାଏ ପୁଣି ବର୍ଷା ପରିମାଣ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶେଷଜ୍ଞ ଏଚ୍‌ସି ବିଶ୍ୱାସ କହିଛନ୍ତି । ମୌସୁମୀ ଏବେ କ୍ରମାଗତ କିଛି ଦିନ ହେବ ଉତ୍ତର ପଟେ ରହୁଛି । ବିଶେଷ କରି ବିହାର ଓ ପଶ୍ଚିମବଙ୍ଗର ଉତ୍ତର ପଟେ ସମୁଦ୍ରପତନ ଉପରେ ମୌସୁମୀ ଜନିତ ନିମ୍ନଚାପ ରେଖା ଲମ୍ବିଛି ।

ଯାହାଫଳରେ ରାଜ୍ୟରେ ବର୍ଷା ପରିମାଣ କମୁଥିବାବେଳେ ପଡୋଶୀ ରାଜ୍ୟରେ ବର୍ଷା ପରିମାଣ ବଢୁଛି । ଆସନ୍ତା କିଛି ଦିନ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ସେପଟେ ଗତ ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ବୃଦ୍ଧିପାଇଛି । ବୁଧବାର ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୨୪% ଥିବାବେଳେ ଗୁରୁବାର ୨୫%କୁ ବୃଦ୍ଧିପାଇଛି । ଏବେସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ୬୨୫.୯ ମିମି ହେବା କଥା, ହେଲେ ୪୬୯.୮ ମିମି ହୋଇଛି ।

ଖାଲି ସେତିକି ନୁହେଁ ନିଅଣ୍ଟିଆ ଜିଲ୍ଲା ସଂଖ୍ୟା ମଧ୍ୟ ବଢ଼ିଛି । ବୁଧବାର ରାଜ୍ୟରେ ୧୬ ଜିଲ୍ଳାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା, ହେଲେ ଗୁରୁବାର ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି । ପୂର୍ବରି ରାଜ୍ୟର ୩ ଜିଲ୍ଲା ଯଥା; ଗଜପତି, ଭଦ୍ରକ ଓ ଯାଜପୁରରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷାଠୁ ୪୦ରୁ ୫୦% ଯାଏ କମ୍ ରହିଛି । ନିଅଣ୍ଟିଆ ବର୍ଷା କାରଣରୁ ରାଜ୍ୟରେ ଚଳିତବର୍ଷ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking