27.1 C
Bhubaneswar
Thursday, April 25, 2024
Homeଓଡିଶାକାଡାଭରିକ ଟ୍ରାନ୍ସପ୍ଲାଣ୍ଟ ବିଫଳ, ଜଣଙ୍କ ମୃତ୍ୟୁ

କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ବିଫଳ, ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ବା ମୃତ ବ୍ୟକ୍ତିଙ୍କ ଅଙ୍ଗ ନେଇ ପ୍ରତିରୋପଣ କରିବା କ୍ଷେତ୍ରରେ ଓଡିଶା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛି । ଇତି ମଧ୍ୟରେ ୩ଜଣ ମୃତ ବ୍ୟକ୍ତିଙ୍କ କିଡନୀ ନିଆଯାଇ ୬ଜଣ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ଏଥିରେ ସରକାରୀ ଡାକ୍ତରଖାନା ଏସସିବିରେ ୩ଜଣଙ୍କ ଶରୀରରେ ଓ ଘରୋଇ ଡାକ୍ତରଖାନାରେ ୩ଜଣଙ୍କ ଶରୀରରେ ପ୍ରତିରୋପଣ ହୋଇଛି । କିନ୍ତୁ ଏବେ ଦୁଃଖଦ ଘଟଣାର ଖବର ଆସିଛି ଯେ ଘରୋଇ ଡାକ୍ତରଖାନା ଆମ୍ରିରେ ହୋଇଥିବା ଏହି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇନାହିଁ । କିଡନୀ ପ୍ରତିରୋପଣ କରାଯାଇଥିବା ରୋଗୀଙ୍କର ମୃତ୍ୟୁ ହୋଇଛି । ପ୍ରତିରୋପଣ ପରଠାରୁ ତାଙ୍କ ଦେହ ଅସୁସ୍ଥ ରହିଥିଲା । ଶେଷରେ ତାଙ୍କର ଜୀବନ ଯାଇଛି । ଏଣୁ ଆମ୍ରିରେ ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇନାହିଁ । କାଡାଭରିକ ଟ୍ରାନ୍ସପ୍ଲାଣ୍ଟର ଏହା ପ୍ରଥମ ମୃତ୍ୟୁ ଘଟଣା ।
ଖବର ଅନୁଯାୟୀ, ଗତ ଦଶଦିନ ତଳେ ମୃତ ବ୍ୟକ୍ତିିଙ୍କ ଶରୀରରୁ କିଡନୀ ନିଆଯାଇ ଆମ୍ରିରେ ଜଣେ ରୋଗୀ ମିନତୀ ସାମନ୍ତରାୟଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ହେଲେ ମିନତୀଙ୍କୁ ଡାକ୍ତର ବଞ୍ଚାଇପାରିଲେ ନାହିଁ । ମିନତୀଙ୍କ ଘର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭୀମପୁର ଗ୍ରାମରେ । ତାଙ୍କର ୨୦୧୬ରୁ କିଡନୀ ସମସ୍ୟା ଥିଲା । ଏଣୁ ତାଙ୍କୁ ଡାଏଲିସିସରେ ରଖାଯାଇଥିଲା । ତାଙ୍କ ପରିବାର ଡାଏଲିସିସ ବାବଦରେ ପ୍ରାୟ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ କରିସାରିଥିଲେ । କିନ୍ତୁ ତାଙ୍କର କିଡନୀ ପ୍ରତିରୋପଣ କରିବାର ଥିଲା ହେଲେ ତାଙ୍କୁ କିଡନୀ ମିଳୁନଥିଲା । ଏକ ଦୁର୍ଘଟଣାରେ ଆହତ ହୋଇ ସୁଚିତ୍ରା ଦାସ ନାମକ ଜଣେ ମହିଳା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ବ୍ରେନ ଡେଡ ଘୋଷଣା କରାଯିବା ପରେ ତାଙ୍କ ପରିବାର କିଡନୀ ଦାନ ପାଇଁ ଘୋଷଣା କରିଥିଲେ । ସେଥିରେ ଗୋଟିଏ କିଡନୀ ଆମ୍ରି ଡାକ୍ତରଖାନା ଅଧୀନରେ ଚିକିତ୍ସିତ ହେଉଥିବା ସୁଚିତ୍ରାଙ୍କୁ ମିଳିବ ବୋଲି କୁହାଯାଇଥିଲା । ଏହି ଖବର ମିନତୀଙ୍କ ପରିବାର ପାଇବା ପରେ ବେଶ ଆନନ୍ଦିତ ହୋଇଥିଲେ । ମିନତୀଙ୍କୁ ନୂଆ ଜୀବନ ମିଳିବ ବୋଲି ବହୁ ଆଶା ବାନ୍ଧି ଆମ୍ରିକୁ ଆସିଥିଲେ । ଆମ୍ରିରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ମିନତୀଙ୍କ ଶରୀରରେ ସୁଚିତ୍ରାଙ୍କ କିଡନୀର ପ୍ରତିରୋପଣ କରିଥିଲେ । ଏହି ପ୍ରତିରୋପଣ ବାବଦରେ ପରିବାର ଲୋକେ କୁଯାଯାଉଛି ୧୦ଲକ୍ଷ ଟଙ୍କରୁ ଅଧିକ ଖର୍ଚ୍ଚ କରିଥିଲେ । ପ୍ରତିରୋପଣ ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଯେଉଁ ଉନ୍ନତି ପରିଲକ୍ଷିତ ହେବା କଥା ତାହା ହୋଇପାରି ନଥିଲା । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏବେ କୁହାଯାଉଛି, ଆମ୍ରିରେ ଯେଉଁ ଅସ୍ତ୍ରୋପଚାର ହୋଇଥିଲା ସେ ସମ୍ପର୍କରେ ସବିଶେଷ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ । ସୋଟୋ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି । କେଉଁଠି ତ୍ରୁଟି ରହିଲା ତାହା ଯଦି ତଦନ୍ତ କରି ଧରା ନ ଯାଏ ତେବେ ଅଙ୍ଗଦାନ କରୁଥିବା ଓ ପ୍ରତିରୋପଣ କରୁଥିବା ରୋଗୀଙ୍କ ମନରେ ହତାଶ ଭାବ ସୃଷ୍ଟି ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking