25.8 C
Bhubaneswar
Saturday, July 27, 2024
Homeଅପରାଧଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ; ମାଫିଆ ଫେରାର

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ; ମାଫିଆ ଫେରାର

କୋରାପୁଟ : ଗତ ମଙ୍ଗଳବାର ରାତିରେ କୋରାପୁଟ ଜିଲ୍ଲାର ଲମତାପୁଟ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ର ପଟୁ ଆସୁଥିବା ଗୋଟେ କାରରେ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସ ଉକ୍ତ କାରକୁ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ କାରଟି ପୋଲିସ ଭ୍ୟାନକୁ ଦେଖି କାର ଚାଲାକ କାରକୁ ଜୋରରେ ଚଳାଇବାକୁ ଲାଗିଥିଲେ । ପରେ ଗଞ୍ଜେଇ ମାଫିଆ କାରକୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ପୋଲିସ କାରର ପିଛା କରୁଥିଲା । ଯାହାଫଳରେ ପୋଲିସ ଜଙ୍ଗଲ ଭିତରୁ କାରକୁ ଜବତ କରିଥିଲା । କାରରେ ଥିବା ସମସ୍ତ ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୋଲିସ ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking