24.1 C
Bhubaneswar
Tuesday, May 5, 2026
Homeଓଡିଶା୧୬,୫୧୯ ଶିକ୍ଷକ ପଦ ସୃଷ୍ଟି ହେବ

୧୬,୫୧୯ ଶିକ୍ଷକ ପଦ ସୃଷ୍ଟି ହେବ

ଭୁବନେଶ୍ୱର : ଆଜି ପଞ୍ଚମ ଦିନ ସୁରୁଖୁରୁରେ ଚାଲିଛି ବିଧାନସଭା ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ରାଜ୍ୟରେ ୧୭,୭୬୧ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବିଭିନ୍ନ ଜିଲାରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାୟକ ମାନେ ପ୍ରଶ୍ନ କରିଥିଲେ । ସଦସ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ୧୬ ହଜାର ୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସ୍କୁଲର ନିଜସ୍ୱ ଜମି ନଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking