29.1 C
Bhubaneswar
Sunday, May 3, 2026
Homeଓଡିଶାଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ...

ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆଜି ୭ ଜିଲ୍ଲା ଓ କାଲି ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ମେଘୁଆ ପାଗ ସହ ଖରା ଗାୟବ ହୋଇଥିବା ବେଳେ ତାତିରୁ ମିଳିଛି ଆଶ୍ଵସ୍ତି। କାଳବୈଶାଖୀ ପ୍ରଭାବରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା ଓ ପବନ ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ୭ ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ , ବାଲେଶ୍ୱର, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ବଜ୍ରପାତ ସହ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ଜାରି ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ, ,ଖୋର୍ଦ୍ଧା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଏହି ୧୬ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ଓ ୪୦ ରୁ ୫୦ କିମି ବର୍ଷାକୁ ନେଇ ନେଇ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ସବୁ ଜିଲ୍ଲାକୁ ଵର୍ଷା ପାଇଁ ଚେତାବନୀ କରାଯାଇଥିବା ବେଳେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ୧୩ ଜିଲ୍ଲାରେ ବଜ୍ରପାତ ସହ ୫୦ ରୁ ୬୦ କିମି ଝଡ଼ ପବନ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେଜିପରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡା ଏହି ୪ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ସହ ସତର୍କତା ଜାରି କରିଛି ବିଭାଗ। ୬ ତାରିଖ ଯାଏ ପ୍ରବଳ ଵର୍ଷା ସହ ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking