ନୂଆଦିଲ୍ଲୀ : କର୍କଟ ରୋଗ ଜାଣିଲେ ଲୋକମାନେ ଭୟଭୀତ ହୋଇଯାଆନ୍ତି । ଏହି ରୋଗର ନାଁ ଶୁଣିଲେ ଲୋକମାନଙ୍କ ମାଟି ଖସିଗଲା ଭଳି ଲାଗିଥାଏ । ପ୍ରାଥମିକ ଅବସ୍ଥାରେ ଏହି ରୋଗ ଜଣାପଡିଲେ ଏହାର ଭଲହେବାର ମଧ୍ୟ ସମ୍ଭାବନା ଥାଏ । କିନ୍ତୁ ଭାରତରେ ଏହି ରୋଗୀମାନଙ୍କ ସଂଖ୍ୟା କ୍ରମଶଃ ଦିନକୁ ଦିନ ବଢିବାରେ ଲାଗିଛି । ଏହି ରୋଗର ମୁଖ୍ୟ କାରଣ ହେଉଛି ଲୋକମାନେ ଏହି ରୋଗ ବିଷୟରେ ବେଶି କିଛି ଜାଣିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଇଆଇଟି ବୈଜ୍ଞାନିକଙ୍କର ଏକ ଟିମ୍ ଏକ ନିଶ୍ୱାସ ଭିତ୍ତିକ କର୍କଟ ଡିଟେକ୍ଟର ପ୍ରସ୍ତୁତ କରିଛନ୍ତି ।
ଏହି ଟିମ୍ କ୍ୟାନସର ରୋଗର ସରଳ ଉପାୟ ବାହାର କରିଛନ୍ତି । ନିଶ୍ୱାସ ପରୀକ୍ଷା କରିବା ପରେ କ୍ୟାନସର ରୋଗ ହୋଇଛି ନା ନାହିଁ ତାହା ଜଣାପଡିବ । ନିଶ୍ୱାସ ଆଧାରିତ କ୍ୟାନସର ଚିହ୍ନଟକାରୀ ଫୁଙ୍କିବା ଯନ୍ତ୍ର ତିଆରି କରୁଛନ୍ତି ବୈଞାନିକ । ଏହା ସାହାଯ୍ୟରେ ଆମେ କିଛି ମିନିଟ୍ ଭିତରେ କର୍କଟ ହୋଇଛି ନା ନାହିଁ ତାହା ଜାଣିପାରିବା । ଏହାଫଳରେ କ୍ୟାନସର ରୋଗକୁ ଅତି ସରଳ ଭାବେର ଚିହ୍ନଟ କରାଯାଇପାରିବ ।