20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶବସ୍‌-କାର୍ ମୁହାଁମୁହିଁ ଧକ୍କା, ୪ ମୃତ

ବସ୍‌-କାର୍ ମୁହାଁମୁହିଁ ଧକ୍କା, ୪ ମୃତ

ସାଙ୍ଗ୍‌ଲୀ: ମହାରାଷ୍ଟ୍ରର ସାଙ୍ଗ୍‌ଲୀରେ ଭିଟା-ମହାବଳେଶ୍ୱର ରାଜ୍ୟ ରାଜପଥରେ ଗୁରୁବାର ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ ଥିବା ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଦୁର୍ଘଟଣା ବେଳେ କାର୍‌ର ଏୟାର୍ ବ୍ୟାଗ୍ ଖୋଲିଯିବା କାରଣରୁ ଡ୍ରାଇଭର୍ ବଞ୍ଚିଯାଇଛନ୍ତି । ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ମାମଲା ରୁଜୁକରି ତଦନ୍ତ ଚଳାଇଛି । ମିଡିଆ ରିପୋର୍ଟ ଅନୁସାରେ ଦେବୀ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ କାର୍‌ଟି ବସ୍‌କୁ ଧକ୍କା ଦେଇଥିଲା । କାର୍ ଚାଳକ ଘୁମେଇପଡ଼ିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking