ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ବି ଆଜି ଅଘଟଣ ଘଟିଛି । ବସ୍ ବାଇକ ମୁହାଁମୁହିଁ ଧକ୍କା ହେବାପରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । କଇଠଖଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ନୂଆଗଡ ଗ୍ରାମର କୁରେଶୁ ପାତ୍ର ବୋଲି ଜଣା ପଡ଼ିଛି । ସେ ମଧୁବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ସେ ବାଇକ୍ ଯୋଗେ ଯାଉଥିବାବେଳେ ବସ୍ ସହ ତାଙ୍କ ବାଇକ୍ର ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ କୁରେଶୁ ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।