ରାସ୍ତାରେ ଠିଆ ହୋଇଥିବା ଇନୋଭାକୁ ଧକ୍କା ଦେଲା ବସ୍ : ୨ ମୃତ, ୨୫ ଆହତ

ବୌଦ୍ଧ : ରାସ୍ତାରେ ଠିଆ ହୋଇଥିବା ଏକ ଇନୋଭାକୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଛି। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବୌଦ୍ଧ- ଅନୁଗୁଳ ଜିଲା ସୀମାନ୍ତ କିଆକଟା ଛକରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। କିଆକଟା ଛକରେ ଠିଆ ହୋଇଥିବା ଇନୋଭାକୁ ହୀରାକୁଦରୁ ବ୍ରହ୍ମପୁର ଯାଇଥିବା ଏକ ବସ୍‌ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ବୌଦ୍ଧ ମେଡିକାଲରୁ ୮ ଜଣ ଗୁରୁତରଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here