32.1 C
Bhubaneswar
Saturday, May 4, 2024
Homeଓଡିଶାଦୁଇଟି ବସ୍‌ ମୁହାଁମୁହିଁ ଧକ୍କା; ଡ୍ରାଇଭର ସମେତ ୧୫ ଆହତ

ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା; ଡ୍ରାଇଭର ସମେତ ୧୫ ଆହତ

ବାଲେଶ୍ୱର : ମୁହାଁମୁହିଁ ପିଟିହେଲା ଦୁଇଟି ବସ୍‌ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି । ବୁଧବାର ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍‌ ନିକଟରେ ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣା ପରେ ବ୍ରିଜ୍‌ ଉପରେ ବାଧାପ୍ରାପ୍ତ ହୋଇଥିଲା ଯାତାୟାତ ।

ଅଜୟ ଓ ଅରବିନ୍ଦ ନାମକ ଦୁଇଟି ବସ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାଗ୍ରସ୍ତ ଅଜୟ ବସର ଡ୍ରାଇଭର ଗୁରୁତର ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତମୁଳିଆ ଓଭର ବ୍ରିଜ ନେରୋ ବ୍ରିଜ ଲାଗି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking