37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଟଙ୍କା ମାଗିବାରୁ ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ

ଟଙ୍କା ମାଗିବାରୁ ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ

ଗାନ୍ଧୀନଗର: ବାପ ଘରକୁ ଯିବାକୁ ସ୍ବାମୀକୁ ଟଙ୍କା ମାଗିଲା ସ୍ତ୍ରୀ । ଟଙ୍କା ଦେବା ବଦଳରେ ସ୍ତ୍ରୀକୁ ଗାଳିଗୁଲକ କରିବା ସହ ତିନି ତଲାକ ଦେଲା ସ୍ବାମୀ । ଶେଷରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳା ଜଣଙ୍କ । ଏପରି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ତଲାକ ଦେବା ପରେ ସ୍ତ୍ରୀକୁ ଘର ବାହର କରି ଦେଇଥିଲେ ତାଙ୍କ ସ୍ବାମୀ ।

୨୦୧୯ ମାର୍ଚ୍ଚ ୨୩ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ବିବାହକୁ ୪ ବର୍ଷ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି । ମହିଳାଙ୍କ ସ୍ବାମୀ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ମହିଳାଙ୍କୁ ଖର୍ଚ୍ଚ କରିବା ପାଇଁ ଟଙ୍କା ଦିଅନ୍ତି ନାହିଁ ତାଙ୍କ ସ୍ବାମୀ । ବିବାହର ୬ ମାସ ପର୍ଯ୍ୟନ୍ତ ଶ୍ବଶୁର ଘର ପରିବାର ଲୋକେ ମହିଳାଙ୍କୁ ବେଶ ଭଲରେ ରଖିଥିଲେ । କିନ୍ତୁ ସ୍ବାମୀଙ୍କୁ ଟଙ୍କା ମାଗିବାରୁ ସେ ଗାଳି ଗୁଲଜ କରନ୍ତି । ଏପରିକି ପରିବାର ଲୋକେ ମହିଳାଙ୍କୁ ଗାଳି ଗୁଲକ କରିବା ସହ ଉତ୍ତମ ବ୍ୟବାହର ମଧ୍ୟ କରନ୍ତି ନାହିଁ ।

ଛୋଟଛୋଟ କଥାରେ ସମସ୍ତେ ତାଙ୍କୁ ଗାଳି କରନ୍ତି । ଯଦି ସ୍ବାମୀଙ୍କ ବିଷୟରେ କିଛି ଅଭିଯୋଗ କରନ୍ତି ତେବେ ଶ୍ବଶୁର ଓ ତାଙ୍କ ଦିଅର ତାଙ୍କ ସହ ଝଗଡା କରନ୍ତି । ଗତ ଜୁଲାଇ ୧ ତାରିଖ ସନ୍ଧ୍ୟାରେ ମହିଳା ଜଣଙ୍କ ତାଙ୍କ ଘରୁ ଯିବାକୁ ସ୍ବାମୀଙ୍କୁ ଟଙ୍କା ମାଗିଥିଲେ । ଏଥିରେ ତାଙ୍କ ସ୍ବାମୀ ଉତ୍ତେଜିତ ହୋଇ ଦୁର୍ବ୍ୟବହାର କରିଥିଲେ। ଏଥିସହ ପୁଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ ।

ଶେଷରେ ସ୍ତ୍ରୀକୁ ତିଲି ତଲାକ କହିବା ସହ ଘରୁ ବାହାର କରି ଦେଇଥିଲେ । ଶେଷରେ ମହିଳା ଜଣଙ୍କ ତାଙ୍କ ପୁଅକୁ ଧରି ବାପ ଘରକୁ ଚାଲିଯାଇଥିଲେ । ପୁରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ଭେଜଲପୁର ଥାନାରେ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀଙ୍କୁ ଖୋଜୁଛି । ଶାଶୁ, ଶ୍ବଶୁର ଓ ଦିଅରଙ୍କ ବିରୋଧରେ ମହିଳା ଜଣଙ୍କ ଘରୋଇ ହିଂସାର ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking