37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକଲେଜ କାନ୍ଥ ଭୁଶୁଡି ୫ ପ୍ରବାସୀ ଶ୍ରମିକ ମୃତ

କଲେଜ କାନ୍ଥ ଭୁଶୁଡି ୫ ପ୍ରବାସୀ ଶ୍ରମିକ ମୃତ

ଚେନ୍ନାଇ: ତାମିଲନାଡୁ କୋଏମ୍ବାଟୁରରେ ଗୋଟିଏ ବଡ ଅଘଟଣ ଘଟିଛି । ଗତକାଲି (ମଙ୍ଗଳବାର) ଏକ ଘରୋଇ କଲେଜର ନିର୍ମାଣଧୀନ କାନ୍ଥ ଭୁଶୁଡି ପଡିବାରୁ ୫ ଜଣ ପ୍ରବାସୀଙ୍କ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଚାରି ଜଣ ଆନ୍ଧ୍ରପ୍ରଦେଶ ଓ ଜଣେ ପଶ୍ଚିମବଙ୍ଗ ନିବାସୀ ହୋଇଥିବା ଜଣାପଡିଛି । ସେମାନେ ହେଲେ କନ୍ନାଇୟାନ, ଜଗନାଥନ, ସଚିନ ଏବଂ ବେଙ୍ଗଲର ବିପିଲ ବୋୟଲ । ଅନ୍ୟ ଜଣେ ଶ୍ରମିକର ଏ ଯାଏଁ ପରିଚୟ ମିଳିପାରିନି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କୋଏମ୍ବାଟୁର ପାଲାକ୍କଡ ରୋଡ ନିକଟରେ ଏକ ଘରୋଇ କଲେଜର କାନ୍ଥ ନିର୍ମାଣ ଚାଲିଥିଲା । ଏହି ସମୟରେ ଅଚାନକ କାନ୍ଥଟି ଭୁଶୁଡି ପଡିଥିଲା । ଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ । ଏହାଦେଖି ଉପସ୍ଥିତ ଲୋକେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଙ୍ଗା କାନ୍ଥ ତଳୁ ଶ୍ରମିକମାନଙ୍କୁ ବାହାର କରାଯାଇଥିଲା । ମାତ୍ର ଘଟଣାସ୍ଥଳରେ ହିଁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟମାନଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଥିଲେ । ଏବେ ଦୁଇ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ତେବେ କାନ୍ଥଟି କେମିତି ଭୁଶୁଡି ପଡିଲା ସେନେଇ କିଛି ସ୍ପଷ୍ଟ ଜଣାପଡିନି । କୋଏମ୍ବାଟୁର ମେୟର ଏ. କଳ୍ପନା ଦୁର୍ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ । ପାଚେରି କାନ୍ଥ ନିର୍ମାଣ ପାଇଁ ସମ୍ପୃକ୍ତ କଲେଜ ଆବଶ୍ୟକୀୟ ନିୟମ କାନୁନ ଅବଲମ୍ବନ କରିଛି ନା ନାହିଁ ତାହାର ଯାଞ୍ଚ କରିବୁ ।

କୌଣସି ବ୍ୟତିକ୍ରମ ଦେଖାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏହାପୂର୍ବରୁ ହାଇଦ୍ରାବାଦରେ ଏକ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡି ପଡିବାରୁ ଅତିକମରେ ୯ ଜଣ ଶ୍ରମିକ ଆହତ ହୋଇଥିଲେ । ସୌଭାଗ୍ୟବଶତଃ କାହାର ଜୀବନ ହାନି ଘଟିନଥିଲା । ସହରର ସାଗର ରିଙ୍ଗ ରୋଡ୍‌ଠାରେ ଏହି ଅଘଟଣ ଘଟିଥିଲା । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking