37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶହିଜାବ୍ ପିନ୍ଧିବାକୁ ନେଇ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ହିଜାବ୍ ପିନ୍ଧିବାକୁ ନେଇ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବାଙ୍ଗାଲୁର: କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ । ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜରେ ପଶିବାକୁ ଦେଇନଥିଲେ । ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କର୍ଣ୍ଣାଟକରେ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । କଲେଜ ଓ ସ୍କୁଲରେ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଛି । ତେବେ ମୁସଲିମ୍ ସମ୍ପ୍ରଦାୟର ଛାତ୍ରୀମାନେ ପୂର୍ବ ଭଳି ହିଜାବ ପିନ୍ଧିବାକୁ ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ହିଜାବ ମାମଲାକୁ ନେଇ କର୍ଣ୍ଣାଟକରେ ବିବାଦ ବଢ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking