ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ବଡ ଘୋଷଣା ରହିଛି । ଆୟକର ଛାଡ ସୀମା ଦୁଇଗୁଣ କଲେ ସରକାର । ୫୦ ହଜାରରୁ ବଢି ୧ ଲକ୍ଷ ଟଙ୍କା ହେଲା । ବଢିଲା ଆୟକର ଜମା ସମୟ ସୀମା ଅବଧି । ୪ ବର୍ଷ ଭିତରେ ଆୟକର ଜମା କରିପାରିବେ । ଟିଡିଏସ ସୀମା ୧୦ ଲକ୍ଷ ଟଙ୍କା ପଯ୍ୟନ୍ତ ବଢିଲା । ୧୨ ଲକ୍ଷ ଟଙ୍କା ଆୟ ପଯ୍ୟନ୍ତ ଦେବାକୁ ପଡିବନି ଆୟକର । ୪ ଲକ୍ଷ ଟଙ୍କା ପଯ୍ୟନ୍ତ ଆୟରେ କୌଣସି ଟିକସ ନାହିଁ ।