26.1 C
Bhubaneswar
Sunday, August 17, 2025
Homeଦେଶ ବିଦେଶବଜେଟ: ଜଣାନ୍ତୁ କେଉଁ ସାମଗ୍ରୀ ହେଲା ଶସ୍ତା ଏବଂ କଣ ମହଙ୍ଗା

ବଜେଟ: ଜଣାନ୍ତୁ କେଉଁ ସାମଗ୍ରୀ ହେଲା ଶସ୍ତା ଏବଂ କଣ ମହଙ୍ଗା

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ବର୍ଷ ପାଇଁ ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ କରିଥିବା ବେଳେ ଏମିତି ଅନେକ ଘୋଷଣା ହୋଇଛି, ଯେଉଁଥିରେ ସାଧାରଣ ଜନତାଙ୍କ ସହ ଜଡ଼ିତ କିଛି ସାମଗ୍ରୀ ମହଙ୍ଗା ହେଉଥିବା ବେଳେ କିଛି ସାମଗ୍ରୀ ଶସ୍ତା ମଧ୍ୟ ହେବାକୁ ଯାଉଛି।

  • ଶସ୍ତା ହେଉଥିବା ଜିନିଷ : ବଜେଟରେ ଯେଉଁ ସାମଗ୍ରୀ ଶସ୍ତା ହେବାକୁ ଯାଉଛି ସେଥିରେ ବିଦ୍ୟୁତଚାଳିତ କାର, ଗୃହ ଋଣ, ତୈଳ, ସାମ୍ପୁ, ଟୁଥପେଷ୍ଟ, ଡିଟରଜେଣ୍ଟ, ବିଜୁଳିଚାଳିତ ଘରୋଇ ସାମଗ୍ରୀ ଶସ୍ତା ହେବ। ଘରୋଇ ସାମଗ୍ରୀ ତାଲିକାରେ ପଙ୍ଖା, ସାନିଟାରୀ ଉପକରଣ, ବ୍ରିଫ କେସ୍, ବ୍ୟାଗ, ବୋତଲ, କଣ୍ଟେନର ସାମିଲ। ଏହା ବ୍ୟତୀତ ଚଷମା ଫ୍ରେମ, ଗଦି, ବାଉଁଶର ଫର୍ଣ୍ଣିଚର, ସୁଖିଲା ନଡ଼ିଆ, ଧୂପକାଠୀ, ପାସ୍ତା, ସାନିଟାରୀ ନ୍ୟାପକିନ ଆଦି ଶସ୍ତା ହୋଇପାରେ। ଖାଦ୍ୟ ସାମଗ୍ରୀରେ ଚକଲେଟ୍, କଷ୍ଟର୍ଡ ପାଉଡର ଶସ୍ତା ହୋଇପାରେ। ଅନ୍ୟ ସାମଗ୍ରୀ ମଧ୍ୟରେ ଲାଇଟର, ଗ୍ଲାସଓ୍ଵେୟର, ପଟ୍, କୁକର, ଚୁଲା ଓ ପ୍ରିଣ୍ଟର ମଧ୍ୟ ଶସ୍ତା ହେବ।
  • ମହଙ୍ଗା ହେବାକୁ ଥିବା ଜିନିଷ : କଷ୍ଟମ ଡ୍ୟୁଟି ୧୦ ପ୍ରତିଶତ ବୃଦ୍ଧି କରାଯାଇ ୨୦ ପ୍ରତିଶତ କରାଯାଇଛି। ଏଥିରେ ଷ୍ଟେସନାରୀ ସାମଗ୍ରୀ ମହଙ୍ଗା ହେବ। ପେଟ୍ରୋଲ-ଡିଜେଲ, କାଜୁ, ଅଟୋ ପାର୍ଟ୍ସ, ସିନ୍ଥେଟିକ୍ ରବର, ପିଭିସି ଓ ଟାଇଲ୍ସ ମହଙ୍ଗା ହେବ। ଏହା ବ୍ୟତୀତ ମହଙ୍ଗା ହେବାକୁ ଥିବା ସାମଗ୍ରୀରେ ସୁନା ଗହଣା ସାମିଲ। ଅନ୍ୟପଟେ ଏସି, ଅପଟିକାଲ ଫାଇବର, ସାଉଣ୍ଡ, ଷ୍ଟେନଲେସ ଉତ୍ପାଦ, ଭିଡ଼ିଓ ରେକର୍ଡ଼ର, ସିସିଟିଭି କ୍ୟାମେରା, ଗାଡ଼ିର ହର୍ଣ୍ଣ, ସିଗାରେଟ୍,ବଟର ଘିଅ, ବଟର ତେଲ, ଖାଇବା ତେଲ, ପନିର ବଟର ପରି ସାମଗ୍ରୀ ମହଙ୍ଗା ହୋଇପାରେ। ଆମଦାନୀ ହେଉଥିବା ମେଡିକାଲ ଉପକରଣ ମଧ୍ୟ ମହଙ୍ଗା ହୋଇପାରେ। ଏହା ବ୍ୟତୀତ ଅଟୋମୋବାଇଲର ଲ୍ୟାମ୍ପ ଓ ବିମ୍ ଲାଇଟ, ମୋଟର ଯାନରେ ବ୍ୟବହୃତ ତାଲା ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି। ବିଦେଶୀ ଫର୍ଣ୍ଣିଚର ଉପରେ ସୀମା ଶୁଳ୍କ ବଢ଼ି ୨୫ ପ୍ରତିଶତ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking