27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ବିଆର୍‌ଏସ୍‌ ବିଧାୟିକା ନନ୍ଦିତା

ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ବିଆର୍‌ଏସ୍‌ ବିଧାୟିକା ନନ୍ଦିତା

ତେଲେଙ୍ଗାନା : ତେଲେଙ୍ଗାନାର ସାଙ୍ଗରେଡ୍ଡି ଜିଲ୍ଲାର ସୁଲତାନପୁର ଆଉଟର ରିଙ୍ଗ ରୋଡରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବିଆର୍‌ଏସ୍‌ ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍‌ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା।

ବିଧାୟିକାଙ୍କ ଗାଡ଼ିଟି ଦ୍ରୁତ ଗତିରେ ରିଙ୍ଗ ରୋଡରେ ଯାଉଥିବା ବେଳେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଯାଇଥିଲା। । ଫଳରେ ଗୁରୁତର ହୋଇ ପଡ଼ିଥିବା ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗମ୍ଭୀର ରୂପେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking