29.1 C
Bhubaneswar
Thursday, May 29, 2025
Homeଅପରାଧରାଜଧାନୀ ରେ ଧଳା ଜହର: ଜଣେ ଗିରଫ

ରାଜଧାନୀ ରେ ଧଳା ଜହର: ଜଣେ ଗିରଫ

ଭୁବନେଶ୍ୱର  : କ୍ରାଇମ୍ ବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ବସ‌୍‌ଷ୍ଟାଣ୍ଡରେ ଚଢ଼ଉ କରି ଜଣେ ଯୁବକକୁ ଗିରଫ କରିବା ସହିତ ତା ନିକଟରୁ ୨୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ବଜାର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ଯୁବକର ନାଁ ସେକ୍ ମୁସ୍ତାକିନ୍। ଘର ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ ବଜାର ଗଳପୋଲାରେ। ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରିଛି ଏସଟିଏଫ୍।
ତିନି ସପ୍ତାହ ମଧ୍ୟରେ ଏସଟିଏଫ ସାରା ରାଜ୍ୟରେ ଚଢ଼ଉ କରିଛି। ଏହି ସମୟରେ ବାଲେଶ୍ବର, ଅନୁଗୁଳ, ଖୋର୍ଧା, ପିପିଲି, ଢ଼େଙ୍କାନାଳ, ଭୁବନେଶ୍ବର ଓ ଭ୍ରଦକରୁ ୨୦ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇ ପାରିଛି। ଏସଟିଏଫ ପକ୍ଷ ରୁ  ଯାହା ସୂଚନା ମିଳିଛି, ମୁସ୍ତାକିନ୍ ବାଲେଶ୍ବରରୁ ବିଭିନ୍ନ ସମୟରେ ବ୍ରାଉନ୍‌ସୁଗାର ନେଇ ଭୁବନେଶ୍ୱର ଆସିଥାଏ। ସେ କେତେକ ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍‌ସୁଗାର ଯୋଗାଇଥାଏ। ଏହି ସୂଚନା କ୍ରାଇମ ବ୍ରା‌ଞ୍ଚକୁ ମିଳିଥିଲା। ଆଜି ମୁସ୍ତାକିନ ବସ୍ ଯୋଗେ ବ୍ରାଉନ୍‌ସୁଗାର ଧରି ଆସୁଥିବା ବେଳେ ଆଗୁଆ ଖବର ପାଇ ଏସଟିଏଫ୍ ଅଧିକାରୀମାନେ ତାକୁ ଧରିବା ପାଇଁ ବରମୁଣ୍ଡା‌ରେ ଅପେକ୍ଷା କରିଥିଲେ। ସେ ବସ୍‌ରୁ ଓହ୍ଲାଇବା କ୍ଷଣି ତାକୁ କାବୁ କରି ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking