30.1 C
Bhubaneswar
Monday, May 6, 2024
Homeଓଡିଶାକରୋନା ନିୟମକୁ ଅମାନ୍ୟ କରି ଥାନାରେ ସରପଂଚ

କରୋନା ନିୟମକୁ ଅମାନ୍ୟ କରି ଥାନାରେ ସରପଂଚ

ମୟୂରଭଞ୍ଜ: ସରପଂଚଙ୍କ ମନମାନିରେ ଅତିଷ୍ଠ ଗାଁ ଲୋକ । ସରପଞ୍ଚ କି ତାଙ୍କ ସ୍ୱାମୀ ପୂର୍ବତନ ସରପଞ୍ଚ ମାନିଲେନି କୋଭିଡ-19 ପାଇଁ ଜାରୀ ସତର୍କତା ନିୟମ କି ପାଳିଲେନି ସାମାଜିକ ଦୂରତା। ତେବେ ବିଶ୍ବକର୍ମାପୂଜା ପରେ ମେଢ଼ ଭସାଣି ପ୍ରସେସନ୍ କରି ଥାନାରେ ସରପଂଚ ଏବଂ ସହେଯାଗୀ । ସାରା ବିଶ୍ୱ କରୋନା ଭୟରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସ୍ଥିତି ଅଣାୟତ୍ତ । ଜିଲ୍ଲରେ ବର୍ତମାନସୁଦ୍ଧା ୬୯୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮ ରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିସାରିଲେଣି । ହେଲେ ଏବେବି ଜନପ୍ରତିନିଧିଙ୍କ ନିଦ ଭାଙ୍ଗୁନି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ କରୋନା ମୁକାବିଲାପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ମଧ୍ୟ ଦେଇଥିଲେ । ହେଲେ ଏଠାରେ ଖୋଦ୍ ସରପଞ୍ଚ ହିଁ କୋଭିଡ୍ ନିୟମକୁ ଉଲଘଂନ କରିବାର ସବୁ ସୀମା ପାର କରିଯାଇଛନ୍ତି ।
ଦେଖନ୍ତୁ ଖୁସିରେ ଏଠାରେ ଡିଜେ ବଜାଇ ନାଚୁଛନ୍ତି ଲୋକମାନେ । ବାସ୍ତବିକ ଆଜି ଏହିଭଳି ଅମାନିଆ ଲୋକଙ୍କ ପାଇଁ କରୋନା ତାର କାୟାବିସ୍ତାର କରିବାରେ ଲାଗିଛି । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ରାସଗୋବୋନ୍ଦପୁର ଥାନା ଅନ୍ତର୍ଗତ ରାଘବପୁର ଗ୍ରାମର । ଘଟଣା ମୁତାବକ ରାଘବପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦନ କୁମାର ରାମ ଏବଂ ତାଙ୍କର ସ୍ତ୍ରୀ ତଥା ବର୍ତମାନର ସରପଞ୍ଚ ଜ୍ୟୋତ୍ସ୍ନା ରାମ୍ ନିଜ ଘରେ ବିଶ୍ୱକର୍ମାପୂଜା କରିଥିଲେ । ଏବଂ ଗତ ୧୮ ତାରିଖ ରାତିରେ ବିଶ୍ୱକର୍ମାଙ୍କ ଭଷାଣୀ ଯାତ୍ରାରେ ଶତାଧିକ ଲୋକ ରୁଣ୍ଡକରି ଡିଜେ ବଜାଇ ଖୁବ୍ ଧୁମ୍‌ଧାମର ସହ ଗାଁରେ ଦୀର୍ଘ ୨ କି.ମି. ରାସ୍ତା ଭଷାଣୀ ପ୍ରଶେସନ କରିଥିଲେ । ପ୍ରଶେସନରେ ନାଚୁଥିବା ଲୋକମାନଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ମଧ୍ୟ ମାସ୍କ ନଥିଲା । ଗ୍ରାମର କିଛି ଭଦ୍ରବ୍ୟକ୍ତି ଏହାକୁ ବିରୋଧ କରିଥିଲେ ମଧ୍ୟ କେହିବି ସେମାନଙ୍କ କଥାକୁ ଖାତିର କରିନଥିଲେ ଓଲଟି ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ତେଣୁ ଆଗକୁ ନିଜ ଅଂଚଳରେ ଏଭଳି ଘଟଣାନଘଟିବା ଏବଂ ନିଜ ନିଜର ପରିବାରକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବାଧ୍ୟ ହୋଇ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗତକାଲି ସଂଧ୍ୟା ଅଣ୍ଡର ସେକ୍ସନ୍ ୨୬୯,୨୭୦,୨୯୪, ଆଇ.ପି.ସି ୩୪ ଦଫା ୧୮୫/୨୦୨୦ନଂ ମାମଲା ରୁଜୁ କରାଯାଇ ଘଟଣାରେ ରାସଗୋବିନ୍ଦପୁର ପୋଲିସ୍ ଚନ୍ଦନ ରାମ ସମେତ ୩ ଜଣଙ୍କୁ ଥାନାରେ ଅଟକରଖି ପଚରା ଉଚରା ଜାରି ରଖିଥିବା ରାସଗୋବିନ୍ଦପୁର ଥାନା ଆଇ.ଆଇ.ସି ଲୋପାମୁଦ୍ରା ନାୟକଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking