21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶକୋଭାକ୍ସିନ ସପ୍ଲାଏ ଉପରେ ଲାଗିଲା ରୋକ

କୋଭାକ୍ସିନ ସପ୍ଲାଏ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ମହାମାରୀର ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ଉପରେ ଲାଗିଛି ରୋକ । ଡବ୍ଲୁଏଚ୍‌ଓ ଏଭଳି ଏକ ନିଷ୍ପତ୍ତି ନେଇ କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଶକ୍ତ ଝଟକା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) । ଗତ ମାର୍ଚ୍ଚ ୧୪-୨୨ ତାରିଖ ମଧ୍ୟରେ ଭାରତ ବାୟୋଟେକର ଇମରଜେନ୍ସି ୟୁଜ ଲିଷ୍ଟିଙ୍ଗ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଡବ୍ଲୁଏଚ୍‌ଓ ସୂଚନା ଦେଇଛି । ନିରୀକ୍ଷଣରେ ଦେଖାଯାଇଥିବା ଅଭାବକୁ ପୂରଣ କରିବା ସହିତ ଅନ୍ୟାନ୍ୟ ସୁବିଧାକୁ ଅପଗ୍ରେଡ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଗୁଡ ମ୍ୟାନୁଫ୍ୟାକଚରିଭଙ୍ଗ ପ୍ରାକ୍ଟିସରେ ଅବନତି ଯୋଗୁଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରପ୍ତାନୀ ଉପରେ ରୋକ ଲଗାଇଲେ ଏହା ସପ୍ଲାଏ ଉପରେ ପ୍ରଭାବ ପକାଇବ ବୋଲି କହିଛି ବୈଶ୍ୱିକ ସଂଗଠନ। ତେବେ ଦିନକ ପୂର୍ବରୁ କୋଭାକ୍ସିନ ନିଜ ଉତ୍ପାଦନ କମ କରିଥିବା ସୂଚନା ଦେଇଥିଲା । ତେବେ ମାର୍କେଟରେ ଚାହିଦା କମିଥିବାରୁ ଏପରି କରୁତିବା କୋଭାକ୍ସିନ ତରଫରୁ ସୂଚନା ଦିଆଯାଇଛି । ଏହାପରେ କମ୍ପାନୀ ଭାରତର ଡିସିଜିଆଇ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲଙ୍କ ଉପସ୍ଥିତିରେ ପ୍ରସ୍ତୁତ କରିବା ପାଇଁ ଏକ ସୁଧାରତ୍ମକ ଯୋଜନା ତିଆରି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking