25.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶସଂସଦର ଉଭୟ ଗୃହ ମୁଲତବୀ

ସଂସଦର ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ପ୍ରବଳ ହଟ୍ଟଗୋଳ ହେବାରୁ ଉଭୟ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ସୂଚନାଯୋଗ୍ୟ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏକ ଉତ୍ସବରେ ଯୋଗଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନ ଯାଇଥିଲେ । ସେଠାରେ ଭାଷଣ ଦେବା ଅବସରରେ ରାହୁଲ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ।

ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ପ୍ରସଙ୍ଗ ଉଠାଇଥିଲେ । ରାହୁଲ ବିଦେଶରେ ଭାରତର ନାମକୁ ବଦନାମ କରୁଥିବା ସେ ଅଭିଯୋଗ କରିଥିଲେ । ରାହୁଲ ଏଥିପାଇଁ ଗୃହରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ସେ ଦାବି କରିଥିଲେ । ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ମଧ୍ୟ ୧୯୭୫ରେ କଂଗ୍ରେସ ଶାସନ ସମୟରେ ଦେଶରେ ଜାରି କରାଯାଇଥିବା ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ଏଥିରେ କଂଗ୍ରେସ ସାଂସଦମାନେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର ରାଜ୍ୟସଭାକୁ ମୁଲତବୀ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking