27.1 C
Bhubaneswar
Tuesday, October 20, 2026
Homeଦେଶ ବିଦେଶଇସ୍ରାଏଲ-ଭିଏନା ବିମାନରେ ବୋମା ଆତଙ୍କ: ବୁଲଗେରିଆରେ ଜରୁରୀକାଳୀନ ଅବତରଣ

ଇସ୍ରାଏଲ-ଭିଏନା ବିମାନରେ ବୋମା ଆତଙ୍କ: ବୁଲଗେରିଆରେ ଜରୁରୀକାଳୀନ ଅବତରଣ

ସୋଫିଆ: ଅଷ୍ଟ୍ରିଆର ରାଜଧାନୀ ଭିଏନା ଯାଉଥିବା ଏକ ଇସ୍ରାଏଲୀ ବିମାନରେ ବୋମା ଥିବା ନେଇ ଗୁଜବ ସୃଷ୍ଟି ହେବା ପରେ ଏହାକୁ ବୁଲଗେରିଆରେ ଜରୁରୀକାଳୀନ ଅବତରଣ କରାଯାଇଛି। ବୁଲଗେରିଆର ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ କହିଛି ଯେ, ତେଲ ଅଭିଭରୁ ଭିଏନା ଯାଉଥିବା ଏ-୩୨୦ ବିମାନରେ ବୋମାଥିବା ନେଇ ଆତଙ୍କ ଦେଖାଯିବା ପରେ ଏହାର ଗନ୍ତବ୍ୟ ପଥ ବଦଳାଇ ରାଜଧାନୀ ସୋଫିଆରେ ସୁରକ୍ଷିତ ଅବତରଣ କରାଯାଇଥିଲା।

ବିମାନରେ ଥିବା ଛଅ ଜଣ କ୍ରୁ ସଦସ୍ୟ ଏବଂ ୫୧ ଜଣ ଯାତ୍ରୀଙ୍କୁ ବାହାରକୁ ଆଣାଯାଇଥିଲା। ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ୍‌ରେ ବିମାନରେ କିଛି ସନ୍ଦେହଜନକ ବସ୍ତୁ ନଥିବା ଜଣାପଡିଥିଲା। ବୁଲଗେରିଆର ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ଅନୁଯାୟୀ, ଫ୍ଲାଇଟ୍ ଓଏସ-୮୨ ଭାବରେ କାର୍ଯ୍ୟ କରୁଥିବା ବିମାନକୁ ରୋମାନିଆ ସୀମା ନିକଟରେ ଧମକ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସ୍କାଏ ନ୍ୟୁଜ୍ ଫ୍ଲାଇଟ୍-ଟ୍ରାକିଂ ତଥ୍ୟ ଅନୁସାରେ ଯେ ଅଷ୍ଟ୍ରିଆନ୍ ଏୟାରଲାଇନ୍ସ ବିମାନ ରାତି ୯ଟା ୨୫ରେ ଅବତରଣ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking