ନୂଆଦିଲ୍ଲୀ: ସାଉଥ ଦିଲ୍ଲୀ ପୁଲିସ କୋଟି କୋଟି ଟଙ୍କା ଋଣ ଦେବା ନାମରେ ଲୋକଙ୍କ ସହିତ ଠକେଇ କରିଥିବା ବଲିଉଡର ଜଣେ ପ୍ରଯୋଜକଙ୍କୁ ଗିରଫ କରିଛି । ଏହି ଚାଲାକ ପ୍ରଡ୍ୟୁସରର ଗୋଟିଏ ନାମ ନୁହେଁ ବରଂ ଅନେକ ନାମ । ଅଜୟ ଯାଦବ ଓରଫ ସଂଜୟ ଅଗ୍ରୱାଲ ଓରଫ ରାକେଶ ଶର୍ମା ଓରଫ ବିକାଶ କୁମାର ଓରଫ ଗୁଡୁ ଓରଫ ରମନ ଓରଫ ଅବିନାଶ ଲୋକଙ୍କ ସହିତ ଲୋକଙ୍କୁ ଏହିପରି ଠକିବା ପରେ ନିଜର ନାମ ପରିବର୍ତନ କରିଦେଉଥିଲା । ଯାହାଦ୍ୱାରା ପୋଲିସ ତା ନିକଟରେ ପହଂଚି ପାରିବ ନାହିଁ । ଏହାପୂର୍ବରୁ ବି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଓ ମୁମ୍ବାଇ ର କ୍ରାଇମ ବ୍ରାଂଚ ଗିରଫ କରିସାରିଛି ।
ଦିଲ୍ଲୀ ମହରୌଲୀ ପୁଲିସ ଥାନାରେ ରାହୁଲ ନାଥ ନାମକ ଜମେ ବ୍ୟକ୍ତି ନିଜ ସହ ହୋଇଥିବା ଠକେଇର ମାମଲା ରୁଜୁ କରିଥିଲେ । ରାହୁଲ ପୁଲିସକୁ କହିଥିଲେ ଯେ, ସେ ଜଣେ ବ୍ୟବସାୟୀ ଓ ଦିଲ୍ଲୀ ଓଖଲା ନିକଟରେ ତାଙ୍କ ଅଫିସ ଅଛି । ନିଜ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ତାଙ୍କୁ ୬୫ କୋଟି ଟଙ୍କା ଦରକାର ଥିଲା । ଖବରକାଗଜରେ ଏହା ଦେଖିବା ପରେ ସେ ଅଭିଯୁକ୍ତ ସହ ସଂପର୍କ କରିଥିଲେ । ଅଜୟ ଯାଦବ ଓରଫ ସଂଜୟ ଅଗ୍ରୱାଲ ଓରଫ ରାକେଶ ଶର୍ମା ଓରଫ ବିକାଶ କୁମାର ଓରଫ ଗୁଡୁ ଓରଫ ରମନ ଓରଫ ଅବିନାଶ ନିଜକୁ ଏକ ବଡ ଫିଲ୍ମ କମ୍ପାନୀର ନିର୍ଦ୍ଦେଶକ କହିଥିଲା ଓ ୬୫ କୋଟିର ଲୋନ ପାସ୍ ହୋଇଯିବ ବୋଲି କହିଥିଲା । ତାହା ବି ୧୦ ପ୍ରତିଶତ ସୁଧରେ । ଏତିକି ନୁହେଁ, ଅଭିଯୁକ୍ତ ରାହୁଲଙ୍କ ସଂପତ୍ତିର ସବୁ ଦସ୍ତାବିଜ ଦେଖିଥିଲା ଓ ତାକୁ ବିଶ୍ୱାସ ଦେଇଥିଲା ଯେ, ତାଙ୍କୁ ଲୋନ ମିଳିଯିବ । ହେଲେ ସେ ଠକାମୀର ଶିକାର ହେବାକୁ ଯାଉଛନ୍ତି ବୋଲି ରାହୁଲ ଅଜ୍ଞାତ ଥିଲେ । ଏହାପରେ ଫାଇଲ ଚାର୍ଜ କରିବା ନାମରେ ରାହୁଲ ଠାରୁ ୧୮ ଲକ୍ଷ ଟଙ୍କା ମାଗିଥିଲା ଅଭିଯୁକ୍ତ । ପରେ ରାହୁଲ ତା ଆକାଉଣ୍ଟକୁ ୧୦ ଲକ୍ଷ ପଠାଇଥିଲା । ଆକାଉଣ୍ଟକୁ ପଇସା ଆସିବା ପରେ ଅଭିଯୁକ୍ତ ସାଙ୍ଗେ ସାଙ୍ଗେ ଫୋନ ବନ୍ଦ କରିଦେଲା । ଏହାପରେ ରାହୁଲ ବୁଝିପାରିଥିଲେ ଯେ. ସେ ଠକାମୀର ଶିକାର ହୋଇଛନ୍ତି । ପୋଲିସ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।