27.1 C
Bhubaneswar
Monday, May 13, 2024
Homeବଲିଉଡଓଟିଟିରେ ଡେବ୍ୟୁ କଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ଓଟିଟିରେ ଡେବ୍ୟୁ କଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ର ଟ୍ରେଲର । ଯାହା ଓଟିଟି ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଜରିଆରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରାଇ ଓଟିଟିରେ ଡେବ୍ୟୁ କରିଛନ୍ତି । ଏହାର ଟ୍ରେଲରକୁ ଦେଖିଲେ ସ୍ପଷ୍ଟ ହୋଇଛି ଯେ ସିନେମାଟି ସଭିଙ୍କ ମନକୁ ଛୁଇଁବ । ଏହି ଫିଲ୍ମରେ ଆକ୍ସନ୍‌, ଡ୍ରାମା,ରୋମାନ୍ସ ଆଦି ଭରପୂର ରହିଛି । ୩ ମିନିଟ୍ ୨ ସେକେଣ୍ଡ୍ ଟ୍ରେଲରରେ ସବୁକିଛି ଦେଖିବାକୁ ମିଳିଛି । ଦର୍ଶକଙ୍କୁ ଏହି ଫିଲ୍ମଟି ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିବ ବୋଲି ଅନୁମାନ କରାଯାଉଛି । ଟ୍ରେଲରରେ ରାଜଧାନୀ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ସ୍ଥାନ ସଂସଦ ଗୃହ ନିକଟରେ ହୋଇଥିବା ଆକ୍ରମଣ ସୁରକ୍ଷା ବ୍ୟବସ୍ଥାକୁ ଥରାଇ ଦେଇଥିବାର ଦୃଶ୍ୟ ରହିଛି । ବୋମା ବିସ୍ଫୋରଣ ଦୃଶ୍ୟରୁ ଆରମ୍ଭ କରି ଦିଲ୍ଳୀପୋଲିସ୍‌ର କସରତ ପର୍ଯ୍ୟନ୍ତ ସବୁକିଛି ଟ୍ରେଲରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ,ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବରିଷ୍ଠ ଅଧିକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଟ୍ରେଲରର ଗୋଟିଏ ଦୃଶ୍ୟରେ ଶିଳ୍ପା, ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପଚରାଉଚରା କରି କହିଛନ୍ତି ଯେ ସେ ତାଙ୍କ ବିଷୟରେ ଯାହା ଶୁଣିଛନ୍ତି ତାହା ଭଲ ନୁହେଁ । ତଥାପି, ସେ ଏହି ଟିମ୍‌ର ସବୁଠାରୁ ଉଜ୍ଜ୍ୱଳ ସଦସ୍ୟ ବୋଲି ବୋଲି ପ୍ରମାଣ କରିବାକୁ ସିଦ୍ଧାର୍ଥ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking