27.1 C
Bhubaneswar
Tuesday, July 22, 2025
Homeଓଡିଶାନା ପୋଲିସ, ନା ପ୍ରଶାସନ : ଆତ୍ମନିର୍ଭରତା ଶିଖୁଛନ୍ତି ପ୍ରବାସୀ ଶ୍ରମିକ

ନା ପୋଲିସ, ନା ପ୍ରଶାସନ : ଆତ୍ମନିର୍ଭରତା ଶିଖୁଛନ୍ତି ପ୍ରବାସୀ ଶ୍ରମିକ

ବଲାଙ୍ଗିର : କରୋନା ସଂକ୍ରମଣ ଭୟରେ ସାରା ଦେଶରେ ଲକଡାଉନ ବଳ ବଳବତ୍ତରତ୍ତରହିଛି । ତେବେ ତୃତିୟ ଲକଡାଉନ ପରେ ବାହାରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ଘରକୁ ଫେରିବା ପାଇଁ ରାସ୍ତା ଫିଟିଛି । ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରବାସି ଶ୍ରମିକଙ୍କୁ ବାହା ଖୋଲି ସ୍ୱାଗତ କରିବା ପାଇଁ ଜଗି ବସିଛନ୍ତି । ସେହି କ୍ରମରେ ଶ୍ରମିକମାନେ ସମସ୍ତ ସରକାରି ନିତି ନିୟମକୁ ପାଳନ କରି ଦୁଃଖ କଷ୍ଟରେ ବସ ଭଡାକରି ନିଜ ନିଜ ଘରକୁ ଫେରୁଛନ୍ତି । କିନ୍ତୁ ରାଜ୍ୟକୁ ଫେରିବା ପରେ ସରକାରଙ୍କ ସମସ୍ତ ଯୋଜନା କେବଳ ପ୍ରଚାର ସର୍ବସ୍ୱ ହୋଇଥିବା ସେମାନେ ଅଭିଯୋଗ କରିବା ସହ ତାଙ୍କ ସୁରକ୍ଷା ପାଇଁ ପ୍ରଶାସନ ପୋଲିସ ଉଭୟେ ଅନୁପସ୍ଥିତ ଥିବାବେଳେ ସରକାର କାଳେ ତାଙ୍କୁ ଏପରି ଭାବେ ଆତ୍ମନିର୍ଭର ହେବାକୁ ଶିକ୍ଷା ଦେଉଛନ୍ତି ବୋଲି କହିଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ତଥା ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଶକୁଶଳ ଘରକୁ ଫେରାଇ ଆଣିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ସେହି କ୍ରମରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ବଲାଙ୍ଗିର ସହର ଦେଇ ନିଜ ନିଜ ଘରକୁ ଫେରୁଛନ୍ତି । କିନ୍ତୁ ସହରକୁ ପଶୁ ପଶୁ ଅନେକ ବସ ସେମାନଙ୍କୁ ଛାଡି ପଳାଉଥିବା ବେଳେ ସେମାନଙ୍କୁ ଚାଲି ଚାଲି ସହର ଅତିକ୍ରମ କରୁଥିବା ଦେଖାଯାଉଛି । ଅନ୍ୟପଟେ ବସ ଯୋଗେ ସହର ଅତିକ୍ରମ କରୁଥିବା ପ୍ରବାସୀ ମାନଙ୍କୁ ଖାଦ୍ୟ ପେୟ ଦେଇ ସ୍ୱାଗତ କରିବାତ ଦୁରରେ ଥାଉ ସେମାନଙ୍କୁ ରାସ୍ତା ବତାଇବା ପାଇଁ ମଧ୍ୟ କେହି ନଥିବା ଦେଖାଜାଉଛି । ଫଳରେ ଅଜାଣତ ବସତଃ ସେମାନେ ଏଣେ ତେଣେ ଘରି ବୁଲିବା ସହ ମଳ ମୁତ୍ର ତ୍ୟାଗ କରୁଥିବା ସହରବାସି ଅଭୀଯୋଗ କରୁଛନ୍ତି । ଏପରି ସ୍ଥିତିରେ ଉଭୟ ଶ୍ରମିକ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟାଘତ ହେବା ସହ ସାଧାରଣରେ ଘୋର ଅସନ୍ତୋଷ ବୃଦ୍ଧି ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking