32.1 C
Bhubaneswar
Tuesday, April 23, 2024
Homeଓଡିଶାସାମୁଦ୍ରିକ ବାତ୍ୟା ଆମ୍ଫାନ 

ସାମୁଦ୍ରିକ ବାତ୍ୟା ଆମ୍ଫାନ 

 ମୟୂରଭଞ୍ଜ(ଘାସିରାମ ବେହେରା)- ମାଡିଆସୁଛି ସାମୁଦ୍ରିକ ବାତ୍ୟା ଆମ୍ଫାନ । ପ୍ରଭାବିତ ହେବାର ଆଶଙ୍କା ରହିଥିବା ଅଞ୍ଚଳର ଲୋକମାନେ ପ୍ରଳୟଙ୍କରୀ ଫାଇଲିନ ଝଡ଼ତୋଫାନ କଥା ମନେପକାଇ ଏହାର ପ୍ରଭାବର ପୂର୍ବାନୁମାନ କରି ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଧିରେଧିରେ ଆମ୍ଫାନ ମହାବାତ୍ୟାର ରୂପ ନେଉଥିବା ପ୍ରକାଶ କରିଛି ପାଣିପାଗ ବିଭାଗ । ଏହି ମହାବାତ୍ୟାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରି ସୂଚନା ଦେଇଛି ପାଣିପାଗ ବିଭାଗ। ଏହାର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯିବା ସହ ସମସ୍ତ ପୂର୍ବ ପ୍ରସ୍ତୁତି ଚୂଡାନ୍ତ ହଇ ସାରିଛି। ଏହା ଜିଲ୍ଲାର ୮ଟି ବ୍ଲକରେ ବହୁ ମାତ୍ରାରେ ପ୍ରଭାବିତ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦିଓ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପବନ ବେଗ ସମୁଦ୍ର ତଟ ଅପେକ୍ଷା କମ ରହିବ ତଥାପି ଏହାର ପ୍ରଭାବରେ ବର୍ଷା ପରିମାଣ ବହୁତ ଅଧିକ ରହିବ ବୋଲି ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟା ପାଖରୁ ବର୍ଷା ଆରମ୍ଭ ହଇଥିବା ବେଳେ ରାତି ୧ ଟାରୁ ପବନର ବେଗ ସହିତ ବର୍ଷୀ ମଧ୍ୟ ଧୀରେ ଧୀରେ ବଢିବାକୁ ଲାଗିଛି ତେବେ ଆଜି  ମଧ୍ୟାହ୍ନ ପ୍ରାୟ ୧୨ରୁ  ୨.୩୦ ସମୟ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ସାମୁଦ୍ରିକ ଝଡ ଅମ୍ପାନ ।ଏଥିରୁ ସୁରକ୍ଷିତ ରହିବା ପାଇଁ କଚ୍ଚାଘର ଗୁଡିକରୁ ଲୋକଙ୍କୁ ପଳାଇ ଆସି ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ସ୍କୁଲ ଘର ଗୁଡିକରେ ରହିବା ପାଇଁ ଉପକୂଳବର୍ତ୍ତୀ ତଥା ପ୍ରଭାବିତ ହେବାକୁ ଥିବା ବ୍ଲକ ଗୁଡିକରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କସୂଚନା ଦିଆଯାଇଛି  ।

ସେହିପରି ଏହାର ମୁକାବିଲା କରିବାକୁ ଜିଲ୍ଲାର ସମସ୍ତ ବ୍ଲକ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ହୋଇ ହେଡକ୍ବାଟରରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି NDRF ଟିମ ଓ ୪ଟି ଓଡ୍ରାଫଟ୍ ଟିମ୍ ବାତ୍ୟା ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ୨୫ ଟି ଅଗ୍ନିଶମ ବାହିନୀ ଏହି ଅମ୍ଫାନ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଜିଲ୍ଲାର ସମସ୍ତ ଅଧିକାରୀ ମଧ୍ୟ ଏହାର ଭୟାଭୟତାକୁ ଦୃଷ୍ଟିରେ ରଖି ହାଇ ଅର୍ଲଟ ଥିବା ଏମରଜେନ୍ସି ଅଫିସର ସୁଜୟ କୁମାର ପତି କହିଛନ୍ତି।
ତେବେ ମୋରଡ଼ା ବ୍ଲକ ଅନ୍ତର୍ଗତ ମୋରଡ଼ା ପଞ୍ଚାୟତ ଅଧୀନ ୧୨/୧୩ ନଂ ୱାର୍ଡ଼ର କିଛି ପରିବାର ରାତି ପ୍ରାୟ ୨ଟା ପରେ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇବାରୁ ଭୟଭୀତ ହୋଇ କଚ୍ଚା ଘର ଛାଡ଼ି ଆତ୍ମରକ୍ଷା ପାଇଁ ପରିବାର ସହ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ଥାନୀୟ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ମାତ୍ର ସକାଳ ୧୦ ଟା ବାଜି ଯାଇଥିଲା ସତ୍ତ୍ୱେ ଆଶ୍ରିତ ଲୋକମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ କି ଭୋକିଲା ଲୋକଙ୍କୁ ଆବଶ୍ୟକ ଶୁଖିଲା ଖାଦ୍ୟସାମଗ୍ରୀ ଯୋଗାଇ ଦେଇନଥିବା ଅଭିଯୋଗ କରି କହିଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking