34.1 C
Bhubaneswar
Friday, May 30, 2025
Homeଓଡିଶାଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତ ସହାୟତା

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତ ସହାୟତା

ବଲାଙ୍ଗୀର : ବର୍ତ୍ତମାନ କୋଭିଡ-୧୯ର ଭୟାଭୟ ରୂପ ଦିନକୁ ଦିନ ଦେଖିବାକୁ ମିଳିଛି । ଦିନକୁ ଦିନ ଲୋକେ କରୋନାରେ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି । ଠିକ୍ ଏତିକି ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି, ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଛତ୍ରିଆପାଲି ଗ୍ରାମର ଅଙ୍ଗଦ ବିଶ୍ୱାଲ, ବୟସ ୬୧ ବର୍ଷ, ନିମୋନିଆରେ ପିଡିତ ହୋଇ ଗତ ୨ ତାରିଖରୁ ଭୀମ ଭୋଇ ମେଡିକେଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତ ମଧ୍ୟ କମିଯାଇଥିଲା । ଶ୍ରୀ ବିଶ୍ୱାଲଙ୍କ ସମ୍ପର୍କିୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯୁବ ସଦସ୍ୟ ବିଶ୍ୱନାଥ ବିଶ୍ୱାଲ ନିଜେ ରକ୍ତଦାନ କରି ଅଙ୍ଗଦ ବିଶ୍ୱାଲଙ୍କ ଜିବନ ବଞ୍ଚାଇଥିଲେ । ଏଥିରେ ଶ୍ରୀ ବିଶ୍ୱାଲ ଓ ତାଙ୍କ ସମ୍ପର୍କିୟ ଜିଲ୍ଲା ଯୁବ କୁଲୁତା ସମାଜକୁ ଭୁୟସି ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking