33.1 C
Bhubaneswar
Saturday, April 27, 2024
Homeଓଡିଶାଛାତ୍ର ସଭାପତି ଭାବେ ପୁନଃ ମନୋନୀତ ହେଲେ ଅଙ୍କିତ ସାହୁ

ଛାତ୍ର ସଭାପତି ଭାବେ ପୁନଃ ମନୋନୀତ ହେଲେ ଅଙ୍କିତ ସାହୁ

ବଲାଙ୍ଗିର : ଆଜି ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଜାତୀୟ ସଭାପତି ଶ୍ରୀ ନିରଜ କୁନ୍ଦନ ଦ୍ୱାରା ଅନୁମୋଦିତ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତୀଙ୍କ ନୂତନ ତାଲିକା ପ୍ରକାଶ ପାଇଛି । ଏଥିରେ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ପୁନଃ ମନୋନୀତ କରାଯାଇଛି । ଖବର ପ୍ରକାଶ ପାଇବା ପରେ ଛାତ୍ର କଂଗ୍ରେସ ଦଳ ତରଫରୁ ଅଙ୍କିତଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ଅଂଚଳରେ ଛାତ୍ର ସମସ୍ୟା ପାଇଁ ଲଢିବା ସହ ବର୍ତ୍ତମାନ ମହାମାରୀରେ ଜନସେବା ପାଇଁ ଲଢିବେ ବୋଲି ଅଙ୍କିତ କହିଛନ୍ତି । ଏହି ଅବସରରେ ଅଙ୍କିତ ଅଖିଳ ଭାରତୀୟ କଂଗ୍ରେସ କମିଟିର ପୁର୍ବତନ ସଭାପତି ରାହୁଲ ଗାନ୍ଧି, କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର , ଛାତ୍ର କଂଗ୍ରେସ ର ଜାତୀୟ ସଭାପତି ନିରଜ କୁନ୍ଦନ, ଏଆିସିସି ସଭ୍ୟ ସମରେନ୍ଦ୍ର ମିଶ୍ର,ଛାତ୍ର କଂଗ୍ରେସ ଜାତ୍ୟୀ ସଂପାଦକ ତଥା ଓଡିଶା ପ୍ରଭାରି ରୋଶନ ଲାଲ ବିଟ୍ଟୁ ଓ ରାଜ୍ୟ ସଭାପତି ୟାଶିର ନବାଜଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking