39.2 C
Bhubaneswar
Thursday, April 18, 2024
Homeଓଡିଶାବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ

ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ

ବଲାଙ୍ଗୀର : ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସାରସମାଲ ଠାରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ୬ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ବାଳିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା କମନ ରୁମର ଶ୍ରୀମତୀ ମେହେର ଶିଳାନ୍ୟାସ କରିଥିବା ବେଳେ କରୁଆଁଝର ପରିଆମୁଣ୍ଡାରେ ପଂଚଦଶ ଅର୍ଥ କମିଶନଙ୍କ ଦ୍ୱାରା ପ୍ରଦତ୍ତ ୩ ଲକ୍ଷ ୩୨ ହଜାର ଟଙ୍କା ଓ ବିଜୁ କେବିକେ ରାଜ୍ୟ ଅଂଶରୁ ପ୍ରାପ୍ତ ୫ ଲକ୍ଷ ଟଙ୍କାର ମାଟି ଉନ୍ନତି କାମର ଭୂମି ପୂଜନ କରିଥିଲେ । ସେହିପରି କରୁଆଁଝର ଗାଁରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ଥିବା ମହିଳା ସ୍ୱୟଂ ସହାୟିକା କେନ୍ଦ୍ର ଓ ହାଇସ୍କୁଲ ଖେଳ ପଡିଆ ଠାରେ ୩ ଲକ୍ଷ ୩୨ ହଜାର ଟଙ୍କାରେ ନିର୍ମାଣଧିନ ଥିବା କଂକ୍ରିଟ କାମ ତଦାରଖ କରିଥିଲେ । ସାରସମାଲ , କନକପୁର , ଚୋରମରା ଓ କରୁଆଁଝର ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ଶ୍ରୀମତୀ ମେହେର ସ୍ଥାନୀୟ ଲୋକଙ୍କ ସହିତ ଆଲେଚାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡ ନିୟମକୁ ମାନି ଆୟୋଜନ କରାଯାଇଥିଲା ।

ସାମ୍ପ୍ରତିକ ସମୟରେ କରୋନା ଉଗ୍ରରୂପ ନେଇଛି । ତେଣୁ କୋଭିଡ ନେଇ ସରକାର ଜାରି କରିଥିବା ନିମୟକୁ କଡାକଡି ଭାବେ ପାଳନ କରିବା ପାଇଁ ଶ୍ରୀମତୀ ମେହେର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ନିୟମିତ ଭାବେ ହାତ ଧୋଇବା , ମାସ୍କ ପିନ୍ଧିବା ଓ ସାନିଟାଇଜ କରିବା ଏକାନ୍ତ ଆବଷ୍ୟକ ବୋଲି ସେ କହିଥିଲେ । ସତର୍କତା ଦ୍ୱାରା ହିଁ ଏହି ମହାମାରୀ ସହିତ ଆମେ ଲଢି ପାରିବା ଓ ସୁରକ୍ଷିତ ରହି ପାରିବା ବୋଲି ମଧ୍ୟ ସେ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ସମିତି ସଭ୍ୟ ପ୍ରମୋଦ କୁମାର ମିଶ୍ର , ଅମର ସିଂ ଭୋଇ , ସାରସମାଲ ସରପଂଚ କୁମୁଦିନୀ ବାଗ , ବଡବନ୍ଧ ସରପଂଚ ଧୁବଲେ ରାଉତ , ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ଭୋଇ , ଚିତ୍ରସେନ ପ୍ରଧାନ , ପ୍ରଦୀପ ପ୍ରଧାନ , ଡୋଲାମଣୀ ଭୋଇ , ଅଗସ୍ତି ବାଗ , ସେନାପତି ବାରିକ , ଛାୟାକାନ୍ତ ଭୋଇ , ଅଇଁଠୁ ରଣା , ଜିତୁଲାଲ ସାହୁ , ରମେଶ ଚନ୍ଦ୍ର ମିଶ୍ର , ଚହଲୁ ପୋଢ ଓ ଗୋପୀନାଥ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking