29.4 C
Bhubaneswar
Saturday, May 4, 2024
Homeଓଡିଶାମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସର୍ତ୍ତାବଳୀ ଲାଗୁ କଲା ବୋର୍ଡ଼

ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସର୍ତ୍ତାବଳୀ ଲାଗୁ କଲା ବୋର୍ଡ଼

କଟକ : ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଲେ ସେମାନଙ୍କୁ ସବୁ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସର୍ତ୍ତାବଳୀ ଲାଗୁ କରାଯାଇଛି । ପରୀକ୍ଷା ପାଇଁ ଆବେଦନ କରୁଥିôବା ପରୀକ୍ଷାର୍ଥୀଙ୍କୁ ସାହିତ୍ୟ, ଇଂରାଜୀ, ହିନ୍ଦୀ କିମ୍ବା ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମସ୍ତ ୬ଟି ଯାକ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହଁ ଉକ୍ତ ପରୀକ୍ଷାରେ ପ୍ରକାଶିତ ଫଳାଫଳା ଚୂଡ଼ାନ୍ତ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି । ଶୁକ୍ରବାର ବୋର୍ଡ ପରିସରରେ ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ ଅବସରରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ ଯଦି କୌଣସି ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିଛନ୍ତି ସେମାନେ ଆଉ ଥରେ ମାଟ୍ରିକ ପରୀକ୍ଷା ଦେଇପାରିବେ ।

ପ୍ରକାଶିତ ଫଳରେ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବାର ପରିଲକ୍ଷିତ ହେଉଛି । ଅଧିକାଂଶ ଛାତ୍ରଛାତ୍ରୀଙ୍କ ନବମ ବାର୍ଷିକ ପରୀକ୍ଷାରେ ୯୦ ପ୍ରତିଶତ ଓ ଦଶମର ଟେଷ୍ଟ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିବା ବେଳେ ତଦ୍‌ନୁଯାୟୀ ଅନୂନ୍ୟ ୯୦ ପ୍ରତିଶତ ମାର୍କ ରହିବ ବୋଲି ଅଶା କରିଥିଲା ବେଳେ ସେମାନଙ୍କର ୮୦ ପ୍ରତିଶତ ମାର୍କ ରହିଛି । ଏବେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରୁ ଅଭ୍ୟାସ ଛାଡ଼ି ଯାଇଛି । ପୁଣି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା କଷ୍ଟକର ବ୍ୟାପାର ବୋଲି ଅନେକ ଛାତ୍ରଛାତ୍ରୀମାନେ କହିଛନ୍ତି । ବୋର୍ଡ଼ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନେ ସବୁ ବିଷୟରେ ପ୍ରସ୍ତୁତ ହେଲେ ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ ତାରିଖରେ ଫର୍ମ ପୂରଣ କରାଯିବ । ଏନେଇ ଅଧିକ ସୂଚନା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯିବ ବୋଲି କହିଥିଲେ । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ମାଟ୍ରିକ ପାସ୍ ହାର ଅଧିକ ବୃଦ୍ଧି ପାଇଛି । ବିନା ପରୀକ୍ଷାରେ ପାସ୍ ହାର ରେକର୍ଡ଼ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking