40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଏମଡବ୍ଲୁ ଏକ୍ସ ୩ ଫେସଲିଫ୍ଟ ଭାରତରେ ଲଂଚ

ବିଏମଡବ୍ଲୁ ଏକ୍ସ ୩ ଫେସଲିଫ୍ଟ ଭାରତରେ ଲଂଚ

ନୂଆଦିଲ୍ଲୀ: ଜର୍ମାନ ଲଗଜୁରୀ କାର କମ୍ପାନୀ ଗୁରୁବାର ଭାରତରେ ନିଜର ଏକ୍ସ୩ର ନୂଆ ଭର୍ସନ ଲଂଚ କରିଛି । ବିଏମଡବ୍ଲୁ ଏକ୍ସ୩ର ଏକ୍ସ ସୋରୁମ ମୂଲ୍ୟ ୫୯.୯ ଲକ୍ଷରୁ ଆରମ୍ଭ ହେଉଛି ।

କମ୍ପାନୀ ଏକ ବୟାନରେ କହିଛି ଯେ, ଏକ୍ସ୩ର ସଫଳ ସ୍ପୋର୍ଟସ ଆକ୍ଟିଭିଟି ହ୍ୱିକଲ ଏବେ ନିଜ ରିଫ୍ରେଶ ଲୁକ, ନୂଆ ଉପକରଣ ସୁବିଧା ସହିତ ପ୍ରିମିୟମ ଇଣ୍ଟେରିୟର ଓ ଅପଡେଟେଡ ଇନଫୋଟେନମେଣ୍ଟ ସହିତ ସ୍ପୋର୍ଟିଅର ଓ ଅଧିକ ଆଧୁନିକ । ବିଏମଡବ୍ଲ୍ୟୁ କହିଛି ଯେ, ଏକ୍ସ୩ ଡିଜେଲ ଭାରିଆଣ୍ଟ ପରେ ଲଂଚ କରାଯିବ ।
ବିଏମଡବ୍ଲୁ ଏକ୍ସ୩ ଏକ୍ସଡ୍ରାଇଭ୩୦ଆଇର ଦୁଇ ଲିଟର ୪ ସିଲିଣ୍ଡର ପେଟ୍ରୋଲ ଇଂଜିନ ୨୫୨ ଏଚପିର ଆଉଟପୁଟ ଓ ଅଧିକତମ ୩୫୦ ଏନଏମର ଟର୍କ ଜେନେରେଟ କରିଥାଏ । ଏହାର ଟପ ସ୍ପିଡ ୨୫୫ କିମି ପ୍ରତି ଘଣ୍ଟା ରହିଛି ।
ଏହାର ଫିଚର୍ସ ବିଷୟରେ ଯଦି କହିବା ଏଥିରେ ଜେଶ୍ଚର କଣ୍ଟ୍ରୋଲ ୧୨.୩ ଇଂଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସହିତ ବିଏମଡବ୍ଲୁ ଆଇଡ୍ରାଇଭ କନେକ୍ଟଡ କାର ଟେକ୍ନୋଲୋଜୀ, ଆଭିଏଣ୍ଟ ଲାଇଟିଂ, ସ୍ପୋର୍ଟସ ଷ୍ଟିୟରିଂ ହ୍ୱିଲ, ୩ ଜୋନ ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, ଓୟାରଲେସ ଆଣ୍ଡ୍ରଏଡ ଅଟୋ ଓ ଆପଲ କାଲ ପ୍ଲେ ସପୋର୍ଟ, ୧୬ ସ୍ପିକର ବିଶିଷ୍ଟ ହରମନ କାର୍ଡନ ସାଉଣ୍ଡ ସିଷ୍ଟମ, ପ୍ୟାନାରୋମେଟିକ ସନରୁଫ, ପାବର୍ଡ ଫ୍ରନଚ ସିଟସ, ପାର୍କିଂ ଆସିଷ୍ଟାଣ୍ଟ, ୬ ଏୟାରବ୍ୟାଗସ, ଫ୍ରଣ୍ଟ ଓ ରିୟର ପାର୍କିଂ ସେନ୍ସର, ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋସ, ୩୬୦ ଡିଗ୍ରୀ କ୍ୟାମେରା ଓ ଆଇସୋପିକ୍ସ ଚାଇଲ୍ଡ ସିଟ ମାଉଣ୍ଟଓ ସହିତ ଆହୁରି ଅନେକ ଷ୍ଟାଣ୍ଡାର୍ଡ ଓ ସେଫ୍ଟି ଫିଚର୍ସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking