27.8 C
Bhubaneswar
Thursday, April 18, 2024
Homeଓଡିଶାଏଏସଓ ପରୀକ୍ଷା ଲାଗି ବୟସ ସୀମା ୩୮କୁ ବୃଦ୍ଧି

ଏଏସଓ ପରୀକ୍ଷା ଲାଗି ବୟସ ସୀମା ୩୮କୁ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶା ଲୋକ ସଭା ଆୟୋଗ ପକ୍ଷରୁ ହେବାକୁ ଥିବା ଆସିଷ୍ଟାଣ୍ଡ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ପ୍ରାର୍ଥୀଙ୍କ ବୟସ ସୀମା ବୃଦ୍ଧି କରାଯାଇଛି । ଏହି ପଦବୀ ଲାଗି ୩୮ ବର୍ଷ ବୟସର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଗୃହ ବିଭାଗ ଅଧୀନରେ ଥିବା ୭୯୬ ଏଏସଓ ପଦବୀ ପୂରଣ ଲାଗି ଓପିଏସସି ପକ୍ଷରୁ ଏଭଳିି ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ଲାଗି ପୂର୍ବରୁ ବୟସ ସୀମା ୨୧ରୁ ୩୨ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ରାଜ୍ୟ ସରକାର ଇତିମଧ୍ୟରେ ଚାକିରି ଲାଗି ବୟସ ସୀମା ବୃଦ୍ଧି କରିବା ପରେ ଓପିଏସସି ପକ୍ଷରୁ ଏହି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେବଳ ଆବେଦନ ନିମନ୍ତେ ବୟସ ସୀମା ପରିବର୍ତ୍ତନ କରାଯାଇଛି । ଅନ୍ୟ ସମସ୍ତ ବିଷୟ ଅପରିବର୍ତ୍ତିତ ରହିବ ବୋଲି ଓପିଏସସି ସଚିବ ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରୁ ଏହି ପଦବୀ ଗୁଡିକ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି । ସେଥିମଧ୍ୟରୁ ଏସଇବିସି ବର୍ଗ ନିମନ୍ତେ ୬୨ଟି ପଦବୀ ଏବଂ ୧୦୯ଟି ପଦବୀ ଅନସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ୧୭୮ଟି ସିଟ ଅନସୂଚିତ ଜନଜାତି ବର୍ଗଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ୪୪୭ଟି ପଦବୀ ଅସଂରକ୍ଷିତ ରହିଛି । ମୋଟ ୨୬୫ଟି ପଦବୀ ମହିଳାମାନଙ୍କ ଲାଗି ସଂରକ୍ଷିତ ରହିଛି । ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking