34.1 C
Bhubaneswar
Saturday, May 18, 2024
Homeଅପରାଧରାଜନୈତିକ ହିଂସାରୁ ହେଲା ରକ୍ତପାତ, ୨ ଗୁରୁତର

ରାଜନୈତିକ ହିଂସାରୁ ହେଲା ରକ୍ତପାତ, ୨ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଗାଁରେ ଗତ ରାତିରେ ରାଜନୈତିକ ହିଂସା ଯୋଗୁ ଘଟିଛି ରକ୍ତପାତ l ଦୁଇ ରାଜନୈତିକ ଗୋଷ୍ଠି ମଧ୍ୟରେ ଘଟିଥିବା ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତିଦ୍ୱୟ ହେଲେ ଦିବାକର ପଣ୍ଡା,ଅଶୋକ ନାୟକ l ଗତକାଲି ବିଳମ୍ବିତ ରାତିରେ ଦିବାକର ପଣ୍ଡା,ଅଶୋକ ନାୟକ କାମ ସାରି ପାଖ ବଜାରରୁ ଘରକୁ ଫେରୁଥିଲେ। ଉକ୍ତ ସମୟରେ ଏକ ନିଛାଟିଆ ସ୍ଥାନରେ ଅନ୍ୟ ଏକ ରାଜନୈତିକ ପାର୍ଟିର ୭,୮ ଜଣ ମାରଣାସ୍ତ୍ର ଧରି ଅଟକି ରହିଥିଲେ। ସେମାନେ ଅତର୍କିତ ଭାବେ ଦିବାକର ପଣ୍ଡା,ଅଶୋକ ନାୟକଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ଶରୀର ସାରା ଭୁଜାଲି ଚୋଟ ବାଜିଥିବା ବେଳେ ସେମାନଙ୍କ ଗୋଡ଼ ବି ଭାଙ୍ଗି ଯାଇଛି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ତୁରନ୍ତ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking