ଦିଗପହଣ୍ଡି : କେଇ ଘଣ୍ଟାର ଉତ୍ସବ ପରେ ଆଚାନକ ମିଳେଇ ଗଲା ଖୁସି । ଦୁଇ ଦିନ ତଳେ ବାହାଘରରେ ଉଛୁଳୁଥିଲା ପରିବେଶ । ଶୋକରେ ବୁଡ଼ିଛି ଗଂଜାମ ଦିଗପହଣ୍ଡି ଅଂଚଳର ଖଣ୍ଡଦେଉଳି ଗାଁ । ଗୋଟିଏ କି ଦୁଇଟି ନୁହଁ ଅକାଳରେ ଚାଲିଗଲା ୧୨ଟି ଜୀବନ। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ନିକଟପରିଜନଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି ପରିବାର ଲୋକେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟ। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ କେବଳ ପୂର୍ବତନ ସାଂସଦଙ୍କ ପରିବାର ଓ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା । ଏହାକୁ ନେଇ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।