ଖଲ୍ଲିକୋଟ: ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାକୁ ହତ୍ୟା । ଗଞ୍ଜାମ ଜିଲ୍ଲା ବଗେୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାକୁ ହତ୍ୟା । ଖଣ୍ଡାରେ ହାଣିଦେଲେ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ସୂଚନା ମିଳିଛି । ରାଗପୁର ଛକରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହାଣିଦେଲେ । ଭାଇ ସହ ବାଇକ୍ରେ ଭାବିନୀପୁର ଫେରିଲା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଜୀବନ ବଞ୍ଚାଇ ଆକ୍ରମଣକାରୀଙ୍କ ଠାରୁ ଖସିଗଲେ ଭାଇ ।
ସୂଚନା ଅନୁଯାୟୀ, ଗାଁ’ କମିଟିକୁ ନେଇ ବିବାଦ ଦେଖାଦେଇଥିଲା । ଏହି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାିଁ ପଠାିବା ସହ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ହେଲେ ହତ୍ୟା କରି ଘଟଣାରସ୍ଥଳରୁ ଫେରାର ହୋଇଯାଇଛନ୍ତି ହତ୍ୟାକରୀ । ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।