ନୂଆଦିଲ୍ଲୀ: ଦିଲ୍ଲୀର ବୱାନା ଶିଳ୍ପାଞ୍ଚଳ ସେକ୍ଟର-୩ରେ ଥିବା ଏକ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ବୁଧବାର ବିସ୍ଫୋରଣ ଘଟି ଦୁଇଜଣଙ୍କୁ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଫ୍ୟାକ୍ଟ୍ରିରେ କୌଣସି ଅଗ୍ନିକାଣ୍ଡ ଘଟିନଥିବା ଫାୟାର୍ ବ୍ରିଗେଡ୍ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଫ୍ୟାକ୍ଟ୍ରିରେ ସିଗାରେଟ୍ ଲାଇଟର୍ ସ୍କ୍ରାପ୍ରୁ ପ୍ଲାଷ୍ଟିକ୍ ଦାନା ନିର୍ମାଣ କରାଯାଇଥାଏ ।