28.2 C
Bhubaneswar
Sunday, June 28, 2026
Homeଦେଶ ବିଦେଶବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ତାମିଲନାଡୁ : ହଠାତ୍‌ ବାଣ କାରଖାନାରେ ହେଲା ବିସ୍ଫୋରଣ। ଚାଲିଗଲା ଦୁଇ ଜଣଙ୍କ ପ୍ରାଣ। ସେହିପରି ୪ ଜଣ ଗୁରୁତର ହୋଇଛନ୍ତି। ତାମିଲନାଡୁର ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ତାମିଲନାଡୁର ଥୁଥୁକୁଡି ଜିଲ୍ଲା ନାଜରେଥ ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଦୁଇ ମହିଳାଙ୍କ ସମେତ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଶ୍ରମିକମାନ ବାଣ ଷ୍ଟକ୍‌ କରି ରଖୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ସେପଟେ ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking