27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶତେଲେଙ୍ଗାନା ପାଇଁ ବିଜେପିର ପ୍ରତିଶ୍ରୁତି; ହାଇଦ୍ରାବାଦର ନାମ ଭାଗ୍ୟନଗର କରିବୁ

ତେଲେଙ୍ଗାନା ପାଇଁ ବିଜେପିର ପ୍ରତିଶ୍ରୁତି; ହାଇଦ୍ରାବାଦର ନାମ ଭାଗ୍ୟନଗର କରିବୁ

ହାଇଦ୍ରାବାଦ:  ଚଳିତମାସ ୩୦ରେ ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ରାଜ୍ୟବାସୀଙ୍କୁ ନିଆରା ପ୍ରତିଶ୍ରୁତି ଦିଆଯାଇଛି । ଯଦି ବିଜେପି କ୍ଷମତାକୁ ଆସେ, ତାହାହେଲେ ହାଇଦ୍ରାବାଦ ସହରର ନାମ ପରିବର୍ତ୍ତନ କରାଯାଇ ଭାଗ୍ୟନଗର କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡି କହିଛନ୍ତି । ପୂର୍ବରୁ ବମ୍ବେର ନାମ ମୁମ୍ବାଇ, ମାଡ୍ରାସର ନାମ ଚେନ୍ନାଇ, କ୍ୟାଲକାଟା ନାମ କୋଲକାତାକୁ ପରିବର୍ତ୍ତନ କରାଯାଇଥିବାବଳେ ବର୍ତ୍ତମାନ ହାଇଦ୍ରାବାଦର ପାଳି ପଡିଥିବା ସେ କହିଛନ୍ତି ।

ପୂର୍ବରୁ ଏହି ସହରର ନାମ ଭାଗ୍ୟନଗର ଥିଲା । ତେବେ ନିଜାମଙ୍କ ଶାସନକାଳରେ ଏହାକୁ ବଦଳାଇ ହାଇଦ୍ରାବାଦ ରଖାଯାଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଇତିମଧ୍ୟରେ ଆହ୍ଲାବାଦର ନାମ ପ୍ରୟାଗରାଜ ଓ ଫୈଜାବାଦର ନାମ ଅଯୋଧ୍ୟାକୁ ପରିବର୍ତ୍ତନ କରିଥିବାବେଳେ ଅଲିଗଡକୁ ହରିଗଡ, ମୈନପୁରୀକୁ ମୟାନ୍ ନଗର, ଫିରୋଜାବାଦକୁ ଚନ୍ଦ୍ର ନଗର ଏବଂ ମିର୍ଜାପୁର ନାମ ବିନ୍ଧ୍ୟଧାମକୁ ପରିବର୍ତ୍ତନ କରିବାକୁ ଯୋଜନା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking