29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୂକମ୍ପରେ ଗୋଟିଏ ଦିନରେ ଥରିଲା ୩ ଦେଶ

ଭୂକମ୍ପରେ ଗୋଟିଏ ଦିନରେ ଥରିଲା ୩ ଦେଶ

ନୂଆଦିଲ୍ଲୀ: ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ତିବ୍ଦତର ସିଜାଙ୍ଗରେ ଭୂମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ଥିଲା ୪.୨ । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ନିଉ ଗିନିରେ ହୋଇଥିଲା ଭୂକମ୍ପ । ସେଠାରେ ତୀବ୍ରତା ଥିଲା ୬.୫ । ଭୋର୍ ୩ଟା ୧୬ ମିନିଟରେ ହୋଇଥିଲା ଭୂକମ୍ପ । ସେହିପରି ୫.୦ ତୀବ୍ରତା ଭୂମିକମ୍ପରେ ଥରିଛି ତିବ୍ଦତର ସିଜାଙ୍ଗ । ସେଠାରେ ଭୋର୍ ୩ଟା ୪୫ ମିନିଟରେ ଝଟକା ହୋଇଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking