29.1 C
Bhubaneswar
Saturday, July 27, 2024
Homeଅପରାଧବିବାହ ଉତ୍ସବରେ ଅଘଟଣ; ପତ୍ନୀ ଓ ୩ ଜଣଙ୍କୁ ହତ୍ୟାପରେ ଯୁବକଙ୍କ ଆତ୍ମହତ୍ୟା

ବିବାହ ଉତ୍ସବରେ ଅଘଟଣ; ପତ୍ନୀ ଓ ୩ ଜଣଙ୍କୁ ହତ୍ୟାପରେ ଯୁବକଙ୍କ ଆତ୍ମହତ୍ୟା

ବ୍ୟାଙ୍କକ୍ : ଥାଇଲାଣ୍ଡର ନାଖୋନ୍ ରାତ୍‌ଚାସିିମା ପ୍ରଦେଶ ଅନ୍ତର୍ଗତ ୱାଙ୍ଗ୍ ନାମ୍ ଖିଆଓ ଜିଲ୍ଲାରେ ବିବାହ ଉତ୍ସବ ଚାଲିଥିବାବେଳେ ନବବିବାହିତ ଭିନ୍ନକ୍ଷମ ଯୁବକଙ୍କ ଉନ୍ମତ୍ତ କାଣ୍ଡ ସମସ୍ତଙ୍କୁ ଅଶ୍ଚର୍ଯ୍ୟାନ୍ୱିତ କରିଛି । ବିବାହ ପାର୍ଟି ଚାଲିଥିବାବେଳେ ଯୁବକଜଣକ ପତ୍ନୀ ଓ ୩ ଜଣଙ୍କୁ ଗୁଳିକରି ହତ୍ୟା କରିବାପରେ ଆତ୍ମହତ୍ୟା କରିଛନ୍ତି । ବ୍ୟାଙ୍କକ୍ ପୋଷ୍ଟ ସମ୍ବାଦପତ୍ର ରିପୋର୍ଟ ଅନୁଯାୟୀ ପୂର୍ବତନ ସୈନିକ ତଥା ପାରାଲିମ୍ପିକ୍ ପଦକ ବିଜେତା ଚତୁରୋଙ୍ଗ୍ ସୁକ୍‌ସୁକ୍ (୨୯) ଜଣେ ୪୪ ବର୍ଷୀୟା ମହିଳା କାଞ୍ଚନାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ । ବିବାହ ପାଇଁ ନିଷ୍ପତ୍ତି ନେବାପରେ ରବିବାର ଏହି ଉତ୍ସବ ଆୟୋଜିତ ହୋଇଥିଲା ।

ଭୋଜିଭାତ ଚାଲିଥିବାବେଳେ କୌଣସି କାରଣ ନେଇ ପତିପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଚତୁରୋଙ୍ଗ୍ ହଠାତ୍ କାର୍‌ରୁ ଏକ ପିସ୍ତଲ ଆଣି ଉତ୍ତ୍ୟକ୍ତ ଅବସ୍ଥାରେ ପତ୍ନୀ କାଞ୍ଚନା, ଶାଶୁ ଓ ଶାଳୀଙ୍କୁ ଗୁଳିକରି ହତ୍ୟା କରିବାପରେ ଦୁଇଜଣ ନିମନ୍ତ୍ରିତ ଅତିଥିଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ । ପରେ ସେହି ପିସ୍ତଲ ଦ୍ୱାରା ଆତ୍ମହତ୍ୟା ମଧ୍ୟ କରିଥିଲେ । ପୁଲିସ ଘଟଣାସ୍ଥଳରୁ ୯ ଏମ୍‌ଏମ୍ ପିସ୍ତଲର ୧୧ଟି ଖୋକା ଜବତ କରିଛି । ଭିନ୍ନକ୍ଷମ ହୋଇଥିବାରୁ କାଳେ ପତ୍ନୀ ତାଙ୍କୁ ଛାଡି ଅନ୍ୟ କାହାକୁ ବିବାହ କରିପାରନ୍ତି, ସେହି ଆଶଙ୍କାରେ ଯୁବକ ଜଣକ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking