28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମହାମନ୍ଥନ

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମହାମନ୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭାରତୀୟ ଜନା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଶନିବାର ରାଜଧାନୀ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ବୈଠକ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ମନ୍ତ୍ରୀ ପିୟୁଷ ଗୋୟଲ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ମନ୍ତ୍ରୀ ବି ସାମିଲ ହୋଇଥିଲେ । ବୈଠକରେ ପାର୍ଟି ସଂଗଠନ ପରିଚାଳନା କରୁଥିବା ଅନେକ ପଦାଧିକାରୀ ବି ସାମିଲ ରହିଥିଲେ ।
ଉତ୍ତରପ୍ରଦେଶ ସହିତ ୫ ରାଜ୍ୟରେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଦଳରେ ଗତ କିଛି ସମୟ ଧରି ମନ୍ଥନ ଜାରି ରହିଛି । ତେବେ କୋଭିଡ ୧୯ ବିରୋଧରେ ଟିକାକରଣ ଅଭିଯାନ ସହିତ ଅନ୍ୟ ପ୍ରସଙ୍ଗରେ ବି ବିଜେପି ନେତା ସମୟ ସମୟରେ ଚର୍ଚ୍ଚା କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking